ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ହଜାରେ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟାଏ ଦିନରେ ରେକର୍ଡ ସଂଖ୍ୟକ ନୂଆ ୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୯୬ରେ ପହଞ୍ଚିଛି । ସେହିପରି ଏହା ସହିତ ତାଳଦେଇ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ୭୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ଜିଲ୍ଲା ସଦରମହକୁମା ବାରିପଦା ପୌରପରିଷଦରୁ ଜଣେ କୋଭିଡ୍ ଯୋଦ୍ଧାଙ୍କୁ ମିଶାଇ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଚିନ୍ତାର କାରଣ ପାଲଟିଛି। ଆଜି ଜିଲ୍ଲାରୁ ୨୫ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୭୨୫ରେ ପହଞ୍ଚିଛି। ସକ୍ରିୟଙ୍କ ସଂଖ୍ୟା ୨୬୭ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଜିଲ୍ଲାରେ ବୃଦ୍ଧି ପାଉଥିବା ସ୍ଥାନୀୟ ସଂକ୍ରମଣ ପ୍ରଶାସନ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ଚଳିତ ମାସ ୭ରୁ ଅଗଷ୍ଟ ୧୨ (୬ ଦିନ) ମଧ୍ୟରେ ଜିଲ୍ଲାରେ ମୋଟ ୨୦୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୮ ଜଣ ବିଭିନ୍ନ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଗୃହ ସଙ୍ଗରୋଧ, ୧୬୬ ଜଣ ସ୍ଥାନୀୟ ଏବଂ ୧୩ ଜଣ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ରହିଥିବା ଜଣାପଡ଼ିଛି ।
ମୟୂରଭଞ୍ଜ ଜିଲ୍ଲାରେ ହଜାରେ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟାଏ ଦିନରେ ରେକର୍ଡ ସଂଖ୍ୟକ ୭୦ ନୂଆ ପଜିଟିଭ ଚିହ୍ନଟ
/sambad/media/post_attachments/wp-content/uploads/2020/06/covid-333.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)