ପୁରୀରେ ଅପରାହ୍ଣ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ 

ପୁରୀ: ଆଜି ଠାରୁ ପୁରୀରେ ଅପରାହ୍ଣ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଏକାଧିକ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏହି ବନ୍ଦ ନିଷ୍ପତ୍ତି ନେଇ ଆଜି ପୁରୀ ଡିଷ୍ଟ୍ରିବ୍ୟୁଟର ଆଣ୍ଡ ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ପୁରୀ ଏସପିଙ୍କୁ ଅବଗତ କରାଯାଇଛି।

ଏଥିରେ ଶ୍ରୀକ୍ଷେତ୍ର ଭେଜିଟେବୁଲ ହୋଲସେଲର ଆସୋସିଏସନ, ବଡ଼ଶଙ୍ଖ ମା’ ଶଙ୍ଖେଶ୍ୱରୀ ବ୍ୟବସାୟୀ ସଂଘ, ବଳଗଣ୍ଡି ମାର୍କେଟ ବ୍ୟବସାୟୀ ସଂଘ, ସ୍ୱର୍ଗଦ୍ୱାର ମାର୍କେଟ ବ୍ୟବସାୟୀ ସଂଘ ସାମିଲ ହୋଇ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ମେଡିସିନ, ଏଲପିଜି, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପକୁ ବାଦ ଦିଆଯାଇଛି।

ସମ୍ବନ୍ଧିତ ଖବର