ଆଜି ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। କ୍ବାରେଣ୍ଟାଇନ କେନ୍ଦ୍ରରୁ ୭୨ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୦ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ଚିହ୍ନଟ ୧୨୨ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୧୦ଜଣ, ବାଲେଶ୍ବରରୁ ଜଣେ, ବରଗଡ଼ରୁ ୬ଜଣ, ଭଦ୍ରକରୁ ୫ଜଣ, ବଲାଙ୍ଗୀରରୁ ୨ଜଣ, କଟକରୁ ୩ଜଣ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୨ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଧାରୁ ୫ଜଣ, ମୟୁରଭଞ୍ଜରୁ ୩ଜଣ, ନୂଆପଡ଼ାରୁ ୬ଜଣ, ପୁରୀରୁ ୧୭ଜଣ, ସମ୍ବଲପୁରରୁ ୨୩ଜଣ, ସୁବର୍ଣ୍ଣପୁରରୁ ୨ଜଣ,ସୁନ୍ଦରଗଡ଼ରୁ ୨୬ଜଣ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର