ରାଜ୍ୟରୁ ୩୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ ସଂକ୍ରମିତଙ୍କର ପ୍ରାଣହାନି

ଭୁବନେଶ୍ବର: ଆଜି ରାଜ୍ୟରୁ ୩୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮୭ଜଣ କ୍ବାରେଣ୍ଟାଇନରୁ ଓ ୧୩୮ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୨୭୮୬୭ଜଣ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରୁ ୩୨୨୯୭୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୨୯୮୯ଟି ସକ୍ରିୟ ମାମଲା ରହିଛି।

 

ତେବେ ଆଜି ଅନୁଗୁଳରୁ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରୁ ୨୮ଜଣ, ବରଗଡ଼ ଜିଲ୍ଲାରୁ ୧୮ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, କଟକରୁ ୧୯ଜଣ, ଦେବଗଡ଼ରୁ ୪ଜଣ, ଢ଼େଙ୍କାନାଳରୁ ଜଣେ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୭ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳହାଣ୍ଡିରୁ ୫ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୧୧ଜଣ, ଖୋର୍ଧାରୁ ୩୬ଜଣ, ମୟୁରଭଞ୍ଜରୁ ୧୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ୧୮ଜଣ, ପୁରୀରୁ ୪ଜଣ ଓ ସମ୍ବଲପୁରରୁ ୨୧ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ସେହିପରି ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୩୩ଜଣ ଓ ଷ୍ଟେଟପୁଲରୁ ୯ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଣେ ୩ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି।

ସମ୍ବନ୍ଧିତ ଖବର