ରାଜ୍ୟରୁ ପୁଣି ୨୩୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ ସଂକ୍ରମିତଙ୍କର ପ୍ରାଣହାନି

ଭୁବନେଶ୍ବର: ଆଜି ରାଜ୍ୟରୁ ୨୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୩୬ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ସଂକ୍ରମିତ ମଧ୍ୟରୁ ଅନୁଗୁଳରୁ ୩୬ଜଣ, ବାଲେଶ୍ବରରୁ ୧୦ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୩ଜଣ, ବଲାଙ୍ଗୀରରୁ ୧୦ଜଣ, କଟକରୁ ୧୨ଜଣ, ଦେବଗଡ଼ରୁ ୧୨ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୫ଜଣ, ଯାଜପୁରରୁ ୧୬ଜଣ, ଝାରସୁଗୁଡ଼ାରୁ ୧୫ଜଣ, କଳାହାଣ୍ଡିରୁ ୨ଜଣ,କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୮ଜଣ, ଖୋର୍ଧାରୁ ୨୫ଜଣ, କୋରାପୁଟରୁ ଜଣେ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୧୭ଜଣ, ନୟାଗଡ଼ରୁ ୫ଜଣ, ନୂଆପଡ଼ାରୁ ୪ଜଣ, ସମ୍ବଲପୁରରୁ ୯ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୮ଜଣ ଓ ଷ୍ଟେଟପୁଲରୁ ୬ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି।

Coronavirus disease 2019 (COVID-19) and HIV: Key issues and actions - PAHO/WHO | Pan American Health Organization

ରାଜ୍ୟରେ ଏଯାବତ ୩୨୮୭୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବି ୨୭୫୩ଟି ସକ୍ରିୟ ମାମଲା ରହିଛି। ରାଜ୍ୟରୁ ଏଯାବତ ୩୨୪୦୬୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ କରିଛି। ଏଣେ ଗତ ୨୪ ଘଣ୍ଟା ଭିତରେ ୩ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି।

ସମ୍ବନ୍ଧିତ ଖବର