ଭୁବନେଶ୍ବର : କରୋନା(କୋଭିଡ-୧୯)ର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ଟେଲିମେଡିସିନ୍ ହେଲପଲାଇନ୍ ନମ୍ବର ୧୪୪୧୦ ଆରମ୍ଭ କରିଛନ୍ତି। କରୋନାର ଲକ୍ଷଣ ଯଥା କଫ, ଜ୍ବର, ହାଲିଆ ଲାଗିବା, ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା ଥିଲେ ଲୋକମାନେ ଏହି ନମ୍ବରକୁ କଲ୍ କରି ସହାୟତା ପାଇପାରିବେ। ତେଣୁ ଏହି ସହାୟତା କେନ୍ଦ୍ରରେ ସହଯୋଗ କରିବା ଲାଗି ଡାକ୍ତରମାନଙ୍କୁ ଆଗେଇ ଆସିବା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ଭଳି ଏକ ମହାମାରୀକୁ ବିଶ୍ବ ଏବେ ସାମ୍ନା କରୁଛି। କରୋନାର ମୁକାବିଲା ଦିଗରେ ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ରାଜ୍ୟରେ କରୋନା ମୁକାବିଲା ନେଇ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ରାଜ୍ୟ ତଥା ଦେଶରେ ଥିବା ଡାକ୍ତରମାନେ www.bit.ly/indiatelemed. ରେ ପଂଜୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଡାକ୍ତରମାନଙ୍କ ଏହି ଅବଦାନ ପାଇଁ ରାଜ୍ୟ ସବୁବେଳେ ସେମାନଙ୍କ ପାଖରେ ଋଣୀ ବୋଲି ସେ କହିଛନ୍ତି।
ଟେଲିମେଡିସିନ୍ ହେଲପ୍ଲାଇନ୍ ନମ୍ବର ଉନ୍ମୋଚିତ : ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାକୁ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
/sambad/media/post_attachments/wp-content/uploads/2019/10/naveen-patnaik-e1515756041477-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)