ଭୁବନେଶ୍ବର : ରାଜ୍ୟର ଘରୋଇ ଲାବ୍ରେ ‘କରୋନା’ ପରୀକ୍ଷା ପାଇଁ ରାଜ୍ୟ ସରକାର ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଜିଏସ୍ଟି ମିଶାଇ ଆରଟି ପିସିଆର୍ ଟେଷ୍ଟ ପାଇଁ ସର୍ବାଧିକ ୨୨ଶହ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ଆଜି ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ରାଜ୍ୟରେ ୪ଟି ଘରୋଇ ଲାବ୍କୁ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ମିଳିଛି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲ, ଆଇଏନ୍ଡିଏନ୍ଏ ଲାଇଫ ସାଇନ୍ସ ଓ ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସରେ କୋଭିଡ୍ ପରୀକ୍ଷା କରିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଆରଏମ୍ଆରସିର ତତ୍ତ୍ୱାବଧାନରେ ଏହି ଘରୋଇ କ୍ଲିନିକଗୁଡ଼ିକ ଏହି କୋଭିଡ୍ ପରୀକ୍ଷା କରିପାରିବେ। ଯେକୌଣସି ବ୍ୟକ୍ତି ନିଜର କରୋନା ପରୀକ୍ଷା କରିବାକୁ ଚାହିଁବେ, ସେମାନେ ଏହି ଫି’ ଦେଇ ପରୀକ୍ଷା କରିପାରିବେ।ଉଲ୍ଲେଖଯୋଗ୍ୟ, ୪ ଦିନ ତଳେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ ପରୀକ୍ଷା ଫି’ ୨୨ଶହ ଟଙ୍କା ରଖିବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲା।
ଘରୋଇ ଲାବ୍ରେ କରୋନା ପରୀକ୍ଷା ଫି’ ୨୨ଶହ ଟଙ୍କା
/sambad/media/post_attachments/wp-content/uploads/2020/06/covid-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)