ଭୁବନେଶ୍ବର : ଏଣିକି କରୋନା ରକ୍ତ ନମୁନା ପରୀକ୍ଷା ଦୈନିକ ୫ ହଜାର କରାଯିବ। ଆଜି ଲୋକସେବା ଭବନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାସହିତ ସବୁ ଜିଲ୍ଲାରେ ଥିବା କୋଭିଡ୍‌ ହସ୍ପିଟାଲକୁ ଆବଶ୍ୟକ ଟେଷ୍ଟିଂ କିଟ୍‌ ପଠାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

Advertisment

ବୈଠକରେ ମନ୍ତ୍ରୀ ଶ୍ରୀ ଦାସ, ବର୍ତ୍ତମାନ୍‌ ସମୟରେ ଯେତେ ଅଧିକରୁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଇପାରିବ ରାଜ୍ୟରେ କରୋନା ସଂକ୍ରମଣର ପ୍ରକୃତ ଚିତ୍ର ସାମନାକୁ ଆସିପାରିବ। ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ମେଡିକାଲ୍‌ କଲେଜ୍‌ ସମେତ ଆର୍‌ଏମ୍‌ଆର୍‌ସି ଲାବୋରେଟରୀରେ ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯିବ। ଏହାସହିତ ବୁର୍ଲାରେ ଆଉ ଏକ ନୂଆ ଆର୍‌ଟିପିସିଆର୍‌ ମେସିନ୍‌ ଲାଗିବ ବୋଲି ବୈଠକରେ ସ୍ଥିର ହୋଇଛି। ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍‌, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଡିଏମ୍‌ଇଟି ପ୍ରଫେସର ସି.ବି.କେ ମହାନ୍ତି, ଡିପିଏଚ୍‌ ଡ. ଅଜିତ ମହାନ୍ତି, ଡିଏଚ୍‌ଏଚ୍‌ ବିଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।