ଭୁବନେଶ୍ୱର: ରାଜ୍ୟ ସରକାର କାଭିଡ୍-୧୯ ପରୀକ୍ଷା ପାଇଁ ଫି - ଧାର୍ଯ୍ୟ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଷ୍ପତ୍ତି ଅନୁଯାୟୀ ଆରଟିପିସିଆର ଟେଷ୍ଟ ପାଇଁ ମନୋନୀତ ହୋଇଥିବା ଘରୋଇ କ୍ଲିନିକମାନେ ସର୍ବାଧିକ ୨୨ଶହ ଟଙ୍କା ଫି ନେଇ ପାରିବେ। ଏହା ଭିତରେ ଜିଏସଟି ସମେତ ଅନ୍ୟାନ୍ୟ ଫି ମଧ୍ୟ ରହିଛି।
ଭୁବନେଶ୍ୱରର ୪ଟି ହସ୍ପିଟାଲକୁ କୋଭିଡ୍-୧୯ ପରୀକ୍ଷା ପାଇଁ ଅନୁମତି ଦିଆଆଯାଇଛି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲ, ଜେନେଏକ୍ସ ଡାଇଗୋନୋଷ୍ଟିକ୍ସ ଓ ଆଇଏନଡିଏନଏ ଲାଇଫ୍ ସାଇନ୍ସକୁ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି ଆଇସିଏମଆର। ଏହି ହସ୍ପିଟାଲ ଗୁଡିକ ଆରସିଏମଆର ତତ୍ୱାବଧାନରେ କରୋନା ପରୀକ୍ଷା କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/covid-test-03_thumb.jpg)