ରାଜ୍ୟରେ ୨୨ ଶହ ଟଙ୍କାରେ ହୋଇପାରିବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାର କାଭିଡ୍‌-୧୯ ପରୀକ୍ଷା ପାଇଁ ଫି – ଧାର୍ଯ୍ୟ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଷ୍ପତ୍ତି ଅନୁଯାୟୀ ଆରଟିପିସିଆର ଟେଷ୍ଟ ପାଇଁ ମନୋନୀତ ହୋଇଥିବା ଘରୋଇ କ୍ଲିନିକମାନେ ସର୍ବାଧିକ ୨୨ଶହ ଟଙ୍କା ଫି ନେଇ ପାରିବେ। ଏହା ଭିତରେ ଜିଏସଟି ସମେତ ଅନ୍ୟାନ୍ୟ ଫି ମଧ୍ୟ ରହିଛି।

ଭୁବନେଶ୍ୱରର ୪ଟି ହସ୍ପିଟାଲକୁ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ଦିଆଆଯାଇଛି। ଆପୋଲୋ ହସ୍ପିଟାଲ, ସମ୍‌ ହସ୍ପିଟାଲ, ଜେନେଏକ୍ସ ଡାଇଗୋନୋଷ୍ଟିକ୍ସ ଓ ଆଇଏନଡିଏନଏ ଲାଇଫ୍‌ ସାଇନ୍‌ସକୁ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି ଆଇସିଏମଆର। ଏହି ହସ୍ପିଟାଲ ଗୁଡିକ ଆରସିଏମଆର ତତ୍ୱାବଧାନରେ କରୋନା ପରୀକ୍ଷା କରିବେ।

ସମ୍ବନ୍ଧିତ ଖବର

Comments are closed.