ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା କମିଛି, ସଂକ୍ରମଣ ହାର ବଢ଼ିଛି

ସପ୍ତାହରେ ୨୩୦୯୮ପରୀକ୍ଷା, ସଂକ୍ରମଣ ହାର ୪.୫ %
ସମୁଦାୟ କରୋନା ସଂକ୍ରମଣ ହାର ୨ ପ୍ରତିଶତକୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ଯଥେଷ୍ଟ ସଂଖ୍ୟାରେ ହ୍ରାସ ଘଟିଥିବା ବେଳେ ସଂକ୍ରମଣ ହାର କିନ୍ତୁ ବୃଦ୍ଧି ପାଇଛି। ଗତ ସପ୍ତାହର ନମୁନା ଓ ସଂକ୍ରମଣ ହାରକୁ ଅନୁଶୀଳନ କଲେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଆଇସିଏମ୍‌ଆର ନିର୍ଦେଶାବଳିକୁ ବାହାନା କରି ନମୁନା ପରୀକ୍ଷା କମାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ସରକାର ଏବେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ସମେତ ପଜିଟିଭ୍‌ ଚିହ୍ନଟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରୁଛନ୍ତି। ଫଳରେ ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ପୂର୍ବରୁ ରାଜ୍ୟରେ ୫ହଜାରରୁ ଅଧିକ ନମୁନା ପରୀକ୍ଷା ହେଉଥିବା ବେଳେ ଏବେ ଅଢ଼େଇ ହଜାରରୁ କମ୍ ପରୀକ୍ଷା କରାଯାଉଛି। ମାତ୍ର ଏହି ସମୟ ଭିତରେ ରାଜ୍ୟରେ ସଂକ୍ରମଣ ହାରରେ ବୃଦ୍ଧି ଘଟି ସାଢ଼େ ୪ ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ଏବେ ସମୁଦାୟ ସଂକ୍ରମଣ ହାରରେ ମଧ୍ୟ ବୃଦ୍ଧି ହୋଇଛି। କିଛି ଦିନ ପୂର୍ବରୁ ଏହା ୨ ପ୍ରତିଶତରୁ କମ୍‌ ରହିଥିଲା।

ସମ୍ବନ୍ଧିତ ଖବର