ଭୁବନେଶ୍ବର: ଚୀନରେ କ‌ୋଭିଡ ସଂକ୍ରମଣ ବଢ଼ିଛି। କିନ୍ତୁ ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ପିକ୍‌ ସ୍ତର ଆସିନାହିଁ। ଜାନୁଆରି ୧୩ରୁ ୧୫ ମଧ୍ୟରେ କୋଭିଡର ପିକ୍‌ ସ୍ତର ଆସିପାରେ। ଏହି ସମୟରେ ଦୈନିକ ସଂକ୍ରମଣ ୭ ଲକ୍ଷ ଓ ମୃତ୍ୟୁ ୨୫୦୦୦ କିମ୍ବା ତା’ଠାରୁ ଅଧିକ ହୋଇପାରେ। କିନ୍ତୁ ଭାରତ ସଂପର୍କରେ ଏହିଭଳି ଚେତାବନୀ ନାହିଁ। କିନ୍ତୁ ଭାରତରେ ମାର୍ଚ୍ଚ ୨ୟ ଅଥବା ୩ୟ ସପ୍ତାହରେ ୪ର୍ଥ ଲହର ଆସିପାରେ। ଏହି ସମୟରେ ଭାରତରେ କୋଭିଡ ସଂକ୍ରମଣ ବଢ଼ିପାରେ। କୋଭିଡ-୧୯ ସଚେତନତା ସଂପର୍କିତ ସୂଚନା ଦେବା ଅବସରରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଡ. ଅଜିତ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି।

Advertisment

ତେବେ ଭାରତ ସରକାର କୋଭିଡ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଭାରତରେ ୯୦ ପ୍ରତିଶତ ଲୋକ ୨ଟି ଡୋଜ ଟିକା ନେଇସାରିଛନ୍ତି। ଓଡ଼ିଶାରେ ୪୦ ପ୍ରତିଶତ ଲୋକ ୩ଟି ଲେଖାଏଁ ଡୋଜ୍‌ ନେଇସାରିଛନ୍ତି। ବାକି ୬୦ ପ୍ରତିଶତଙ୍କୁ ଟିକା ଦେବା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। କୋଭିଡ ସଂକ୍ରମଣ ହେବାର ଯେଉଁ ଆଶା ରହିଛି, ତାହା ଭାରତରେ ହେଉ ଅଥବା ଓଡ଼ିଶାରେ ନାହିଁ। କାରଣ ଲୋକଙ୍କ ଠାରେ ରୋଗପ୍ରତିଷେଧକ କ୍ଷମତା ଭଲ। ଚୀନରେ ହଠାତ୍‌ କୋଭିଡ କଟକଣା ଉଠାଇ ଦିଆଯିବାରୁ ସଂକ୍ରମଣ ବଢ଼ିଲା। ଚୀନରେ ଦିଆଯାଇଥିବା ଟିକା ସେତେ ପ୍ରଭାବଶୀଳ ନୁହେଁ, ତେଣୁ ସଂକ୍ରମଣ ବଢ଼ିଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସତର୍କତାମୂଳକ କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି କହିଛନ୍ତି ଯେ, କୋଭିଡ ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। ସରକାର ଏଥିପାଇଁ ପରାମର୍ଶ ଜାରି କରିଛନ୍ତି। କୋଭିଡର ୫ଟି ଲକ୍ଷଣ (ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌, ଭେକ୍‌ସିନେସନ, ସାମାଜିକ ଦୂରତା) ଦେଖାଗଲେ ସତର୍କ ରହିବାକୁ ହେବ। ହକି ବିଶ୍ବକପ ପାଇଁ କଟକ, ଭୁବନେଶ୍ବର, ରାଉରକେଲା ଓ ସୁନ୍ଦରଗଡ଼ରେ ଭିଡ଼ ଅଧିକ ରହିବ। ଏହି ସବୁ ସ୍ଥାନଗୁଡ଼ିକରେ ବାହାର ରାଜ୍ୟ ଓ ଅନ୍ୟ ଦେଶରୁ ମଧ୍ୟ ଲୋକଙ୍କର ଆଗମନ ହେବ। ତେଣୁ କୋଭିଡ ଲକ୍ଷଣ ଉପରେ ନଜର ରଖାଯିବ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଭାରତକୁ କୋଭିଡ ନ ଆସିବା ପାଇଁ ଆଇସିଏମ୍‌ଆରର ଗାଇଡଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି। ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିମାନବନ୍ଦରରେ ସବୁ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ୭୨ ଘଣ୍ଟିଆ କୋଭିଡ ନେଗେଟିଭ୍‌ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଚୀନ, ଥାଇଲାଣ୍ଡ, ମାଲେସିଆ, ହଙ୍ଗକଙ୍ଗ, ସିଙ୍ଗାପୁର, ଜାପାନ ଆଦି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ନେଗେଟିଭ ବାଧ୍ୟତାମୂଳକ କରାଯାଇଛି। ଯେର୍ଉମାନଙ୍କର ପଜିଟିଭ ଆସିବ, ସେମାନଙ୍କୁ ଆଇସୋଲେସନରେ ରହିବାକୁ ପଡ଼ିବ। ରାଜ୍ୟ ସରକାର ମଧ୍ୟ ଏନେଇ ଅବଗତ ଅଛନ୍ତି ଏବଂ ବିଦେଶରୁ ଆମ ରାଜ୍ୟକୁ ଆସୁଥିବା ଲୋକଙ୍କର ଲକ୍ଷଣ ଦେଖାଗଲେ ସେମାନଙ୍କର ନମୁନା ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଉପରେ ନଜର ରଖାଯିବ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଜାନୁଆରି ୧ତାରିଖରେ ବିଶ୍ବବ୍ୟାପି ୩ଲକ୍ଷ ୬ ହଜାର ୪୫୦ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜାପାନରେ ସର୍ବାଧିକରେ ୮୬ ହଜାର ୯୨୪, କୋରିଆରେ ୮୧ ହଜାର, ଆମେରିକାରେ ୮୬୫୦, ଫ୍ରାନ୍ସରେ ୧୫ ହଜାର, ବ୍ରାଜିଲରେ ୪୧ ହଜାର ସାମିଲ ରହିଛି। ଭାରତରେ ଗତ ୨୪ ଘଣ୍ଟାରେ ୧୭୩ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଦିଲ୍ଲୀରେ ୧୧, ମହାରାଷ୍ଟୟରେ ୧୬, କଣ୍ଟାଟକରେ ୩୪, କେରଳର ୫୨ ଓ ଓଡ଼ିଶାରେ ୨ ଜଣ (କେରାପୁଟୁ ଓ ଖୋର୍ଦ୍ଧା ଅଛନ୍ତି।