ରାଜ୍ୟରେ ୩୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦିନକରେ ୧୬୦୨ ଚିହ୍ନଟ, ୭୫୬ ସୁସ୍ଥ, ଆଉ ୧୦ ମୃତ, ମୃତକଙ୍କ ସଂଖ୍ୟା ୧୮୭ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା। ଗତ ୨୪ ଘଣ୍ଟାରେ ୧୬୦୨ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ସଂଖ୍ୟା ୩୩ ହଜାର ୪୭୯ରେ ପହଞ୍ଚିଛି। ଏହାସହ ଆଉ ୧୧ଜଣଙ୍କ ମୃତ୍ୟୁ ହୋଇଛି। ତହିଁରୁ ୧୦ଜଣ କେବଳ କରୋନାରେ ପ୍ରାଣ ହରାଇଛନ୍ତି। ଆଜି ଘୋଷଣା ହୋଇଥିବା ୧୦ ମୃତକଙ୍କ ମଧ୍ୟରେ ସମସ୍ତେ ପୁରୁଷ। ‌ମୃତକଙ୍କ ମଧ୍ୟରେ ସମସ୍ତେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ। ଏଥିରେ ୫ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ୫୪ ବର୍ଷର ପୁରୁଷ, ୬୩ ବର୍ଷର ପୁରୁଷ, ୫୬ ବର୍ଷର ପୁରୁଷ, ୭୦ ବର୍ଷର ବୃଦ୍ଧ ଓ ମଧୁମେହ ଥିବା ୪୪ବର୍ଷର ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ସେହିପରି ଭୁବନେଶ୍ବରରୁ ୬୨ବର୍ଷର ପୁରୁଷ ଓ ୭୦ବର୍ଷର ବୃଦ୍ଧ କରୋନାର ଶିକାର ହୋଇଛନ୍ତି। ଖୋର୍ଧା ଜିଲ୍ଲାର ମଧୁମେହରେ ଆକ୍ରାନ୍ତ ୪୦ ବର୍ଷର ପୁରୁଷ, ୪୯ ବର୍ଷର ପୁରୁଷ ଓ ସୁନ୍ଦରଗଡ଼ ଜିଲ୍ଲାର ୫୬ ବର୍ଷର ପୁରୁଷ ପ୍ରାଣ ହରାଇଛନ୍ତି।

ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୮୭ରେ ପହଞ୍ଚିଛି। ଅଣ କୋଭିଡ୍‌ ମୃତ୍ୟୁ ୩୮ ଛୁଇଁଛି। ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ସରକାରୀ ଭାବେ ୯୯ରେ ପହଞ୍ଚିଛି। ଏହାସହ ଖୋର୍ଧାରେ ୨୫, କଟକ ଓ ଗଜପତି ୧୧ଜଣ ଲେଖାଏଁ ଓ ରାୟଗଡ଼ାରେ ୭ଜଣ ମୃତକ ରହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟର ୨୯ ଜିଲ୍ଲାରୁ ୧୬୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ୩୦୮ ଗଞ୍ଜାମରୁ ଥିବା ବେଳେ ଖୋର୍ଧାରୁ ୨୮୫ଜଣ ରହିଛନ୍ତି। ଏହାବାଦ୍ ରାୟଗଡ଼ା ୧୬୪, ଗଜପତି ୧୦୮, ସୁନ୍ଦରଗଡ଼ ୬୨, କଟ ୫୪, ପୁରୀ ୫୦, ଢେଙ୍କାନାଳ ୪୯, କୋରାପୁଟ ୪୬, କନ୍ଧମାଳ ୪୫, ଯାଜପୁର ୪୪, ମୟୂରଭଞ୍ଜ ଓ ସମ୍ବଲପୁର ୩୯ଜଣ ଲେଖାଏଁ, ବଲାଙ୍ଗୀର ୩୮, ନୟାଗଡ଼ ୩୩, କେନ୍ଦୁଝର ୩୧, କଳାହାଣ୍ଡି ୩୦, ବାଲେଶ୍ବର ୨୯, କେନ୍ଦ୍ରାପଡ଼ା ୧୫, ବରଗଡ଼ ୧୩, ନବରଙ୍ଗପୁର ଓ ବୌଦ୍ଧରୁ ୯ଜଣ ଲେଖାଏଁ, ସୋନପୁର ୬ ଓ ନୂଆପଡ଼ାରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬୦୨ ସଂକ୍ରମିତଙ୍କ ମଧ୍ୟରୁ ୯୯୩ ସଙ୍ଗରୋଧରୁ ଓ ୬୦୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦୬୭୨, ଖୋର୍ଧା ୪୪୮୫, କଟକ ୨୧୨୫, ଗଜପତି ୧୫୧୦, ସୁନ୍ଦରଗଡ଼ ୧୪୩୫, ଯାଜପୁର ୧୨୮୮, ବାଲେଶ୍ବର ୧ହଜାର ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା ଭାବେ ଉଭା ହୋଇଛନ୍ତି। ରାଜ୍ୟରେ ୬୦ବର୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ୨୧୭୯ରେ ପହଞ୍ଚିଛି। କରୋନାରେ ସର୍ବାଧିକ ମୃତ୍ୟୁ ୬୦ବର୍ଷରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଥିବାରୁ ରାଜ୍ୟ ପାଇଁ ଏହାର ଚିନ୍ତାର ବିଷୟ ହୋଇଛି।

ଅପରପକ୍ଷରେ ଆଜି ୭୫୬ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଧା ୧୬୨, ଗଞ୍ଜାମ ୧୩୯, କଟକ ୭୮, ସୁନ୍ଦଗଡ଼୫୮, ଗଜପି ୪୯, ଭଦ୍ରକ ୩୩, କେନ୍ଦୁଝର ୩୧, ପୁରୀ ୨୮, ନୟାଗଡ଼ ୨୨, ରାୟଗଡ଼ା ୨୦, ବାଲେଶ୍ବର ୧୯, କୋରାପୁଟ ୧୮, ମାଲକାନାଗିରି ୧୬, ନବରଙ୍ଗପୁର ୧୩, କନ୍ଧମାଳ ଓ ସମ୍ବଲପୁର ୧୦ଜଣ ଲେଖାଏଁ, ଯାଜପୁର ଓ କେନ୍ଦ୍ରାପଡ଼ା ୯ଜଣ ଲେଖାଏଁ, ଜଗତସିଂହପୁର ୮, ବରଗଡ଼ ୭, ଢେଙ୍କାନାଳ ଓ ଝାରସୁଗୁଡ଼ାରୁ ୬ଜଣ ଲେଖାଏଁ, ବଲାଙ୍ଗୀର ଓ କଳାହାଣ୍ଡିରୁ ୨ଜଣ ଲେଖାଏଁ ଓ ଜଣେ ଅନୁଗୁଳରୁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୧୨୭୩ରେ ପହଞ୍ଚିଛି। ରାଜ୍ୟରେ ଏବେ ବି ପ୍ରାୟ ୧୨ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ସୁସ୍ଥ ହାର ପ୍ରାୟ ୬୩ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର