ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୨୫ହଜାର ଟପିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୮୧୫ ପଜିଟିଭ୍ ଚିହ୍ନଟ ହେବା ପରେ ‌ଏହି ସଂଖ୍ୟା ୨୫,୪୪୦ କୁ ବୃଦ୍ଧି ପାଇଛି। ରାଜ୍ୟର ସମୁଦାୟ ସଂକ୍ରମଣର ୧୭.୩ ପ୍ରତିଶତ କେବଳ ଖୋର୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି।

Advertisment

କେବଳ ଖୋର୍ଧା ନୁହେଁ, କଟକ ଓ ପୁରୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କଟକରେ ସଂକ୍ରମଣ ୧୨ହଜାର ଟପିଥିବା ବେଳେ ପୁରୀରେ ଏହା ୬ହଜାର ଟପିଛି। ଖୋର୍ଧା, କଟକ ଓ ପୁରୀ ଜିଲ୍ଲାକୁ ମିଶାଇଲେ ରାଜ୍ୟର ୩୦ ପ୍ରତିଶତ ରୋଗୀ କେବଳ ଏହି ୩ଟି ଜିଲ୍ଲାରୁ ହିଁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ଗଞ୍ଜାମ ଓ ଗଜପତିରେ ସଂକ୍ରମଣରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୦,୭୯୭ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୩୭୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ପୂର୍ବରୁ ‌ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୪ ପ୍ରତିଶତକୁ ହ୍ରାସ ଘଟିଥିବା ବେଳେ ଗୋଟିଏ ଦିନରେ ଏହାର ୭ ପ୍ରତିଶତକୁ ବୃଦ୍ଧି ପାଇଛି। ଖୋର୍ଧାକୁ ବାଦ୍ ଦ‌େଲେ କଟକରେ ୩୬୮, ପୁରୀ ୨୩୭, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ୧୪୮ ଲେଖାଏଁ, ବରଗଡ଼ ୧୩୯, ଯାଜପୁର ୧୩୩, ବାଲେଶ୍ବର ୧୨୭, ଅନୁଗୁଳ ୧୧୫, ନବରଙ୍ଗପୁର ୧୦୭, ସମ୍ବଲପୁର ୧୧୨, ଜଗତସିଂହପୁର ୧୦୦, କୋରାପୁଟ ୯୮, କେନ୍ଦୁଝର ୭୮, ରାୟଗଡ଼ା ୭୫, ନୟାଗଡ଼ ୭୧, ସୋନପୁର ୭୨, ଝାରସୁଗୁଡ଼ା ଓ କଳାହାଣ୍ଡିରେ ୭୦ ଲେଖାଏଁ, ଭଦ୍ରକ ଓ ଢେଙ୍କାନାଳରେ ୬୭ ଲେଖାଏଁ, ଗଞ୍ଜାମ ଓ ମୟୂରଭଞ୍ଜରେ ୫୮ ଲେଖାଏଁ, ବଲାଙ୍ଗୀର ୫୧, କନ୍ଧମାଳ ୪୯, ମାଲକାନଗିରି ଓ ବୌଦ୍ଧରୁ ୨୬ ଲେଖାଏଁ, ଦେବଗଡ଼ ୧୪, ଗଜପତି ୧୩ ଓ ଷ୍ଟେଟ୍‌ ପୁଲ ୧୯୨ ରହିଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨୧୯୧ ସଙ୍ଗରୋଧରୁ ଓ ୧୫୮୬ ସ୍ଥାନୀୟ ସଂକମିତ ରହିଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୬ହଜାର ୮୯୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୧୧ଜଣଙ୍କ ମୁଣ୍ଡ ନେଇଛି କରୋନା। ଏଥିରେ କଟକରୁ ସର୍ବାଧିକ ୩ଜଣ ମୃତକ ରହିଛନ୍ତି। ଏହାବାଦ୍ ଭୁବନେଶ୍ବରରୁ ୨ଜଣ, ଯାଜପୁର, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ବଲାଙ୍ଗୀର ଓ ରାୟଗଡ଼ାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୬୧୬କୁ ବୃଦ୍ଧି ପାଇଛି। ଗଞ୍ଜାମରେ ସର୍ବାଧିକ ୨୧୪ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ଖୋର୍ଧାରେ ୮୯, କଟକ ୪୫, ସୁନ୍ଦରଗଡ଼ ୩୮, ରାୟଗଡ଼ା ୩୩, ପୁରୀ ୨୫, ଗଜପତି ୧୮, ନୟାଗଡ଼ ୧୬, କନ୍ଧମାଳ ୧୫, ଭଦ୍ରକ ଓ ବଲାଙ୍ଗୀରରେ ୧୦ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ହାର ୦.୪୧ ପ୍ରତିଶତ ରହିଛି।

ରାଜ୍ୟରେ ଆଜି ୩୨୧୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୬୪୭ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ମୟୂରଭଞ୍ଜ ୨୮୧, କଟକ ୨୭୫, ବରଗଡ଼ ୨୧୮, ରାୟଗଡ଼ା ୨୦୬, ଗଞ୍ଜାମ ୧୨୬, କେନ୍ଦୁଝର ୧୧୬, ଯାଜପୁର ଓ କୋରାପୁଟରୁ ୧୧୨ ଲେଖ‌ାଏଁ, ପୁରୀ ୧୦୩, ଝାରସୁଗୁଡ଼ା ୯୬, ନବରଙ୍ଗପୁର, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୭୯ ଲେଖାଏଁ, ସମ୍ବଲପୁର ୭୫, ଅନୁଗୁଳ ଓ ଢେଙ୍କାନାଳରୁ ୬୯ ଲେଖାଏଁ, କେନ୍ଦ୍ରାପଡ଼ା ୫୯, ଭଦ୍ରକ ୫୪ ଓ ଜଗତସିଂହପୁରରୁ ୫୪ ଲେଖାଏଁ, ସୋନପୁର ୫୩, ବାଲେଶ୍ବର, ନୟାଗଡ଼ ଓ ବଲାଙ୍ଗୀରରୁ ୪୯ ଲେଖାଏଁ, କନ୍ଧମାଳ ୩୬, ମାଲକାନଗିରି ୨୮, ଗଜପତି ୨୧, କଳାହାଣ୍ଡି ୧୨, ବୌଦ୍ଧ ୭ ଓ ଦେବଗଡ଼ରୁ ୪ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୧୫ହଜାର ୨୭୯ରେ ପହଞ୍ଚିଛି।