ଖୋର୍ଧାରେ ୩୦ ହଜାର ଟପିଲା କରୋନା ସଂକ୍ରମଣ

ଦିନକରେ ୪୦୯୦ ସୁସ୍ଥ, ୪୨୦୯ ପଜିଟିଭ୍, ୯ ମୃତ୍ୟୁ

ଭୁବନେଶ୍ୱର : ଖୋର୍ଧାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଲଗାତାର ଗତମାସଠାରୁ ଖୋର୍ଧାରେ ସଂକ୍ରମଣ ରାଜ୍ୟରେ ସର୍ବାଧିକ ରହୁଛି। କିଛିଦିନ ଭିତରେ ଖୋର୍ଧା ଗଞ୍ଜାମକୁ ମଧ୍ୟ ପଛରେ ପକାଇ ଦେଇଛି। ଜିଲ୍ଲାରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି। ଖୋର୍ଧା ସହ ତାଳଦେଇ କଟକ, ପୁରୀ‌ରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ଦିନକୁ ୪ହଜାର ସଂକ୍ରମଣ ଧାରା ଜାରି ରହିଛି। ଦେଶର ଯେଉଁ କେତୋଟି ରାଜ୍ୟ‌ରେ ଦୈନିକ ଦ୍ରୁତ ସଂକ୍ରମଣ ହେଉଛି ସେସବୁ ରାଜ୍ୟ ତାଲିକାରେ ମଧ୍ୟ ଓଡ଼ିଶା ରହିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୨୦୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ୨୪୪୧ ସଙ୍ଗରୋଧରୁ ଓ ୧୭୬୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ୪୯୧, ପୁରୀ ୩୨୬, ବାଲେଶ୍ବର ୧୮୩, ଯାଜପୁର ୧୭୬, ସମ୍ବଲପୁର ୧୫୪, ଜଗତସିଂହପୁର ୧୪୬, କେନ୍ଦ୍ରାପଡ଼ା ୧୨୩, ସୁନ୍ଦରଗଡ଼ ୧୨୧, ବରଗଡ଼ ୧୨୬, କୋରାପୁଟ ୧୧୪, ମୟୂରଭଞ୍ଜ ୧୦୭, କନ୍ଧମାଳ ଓ ନବରଙ୍ଗପୁର ୧୦୨ ଲେଖାଏଁ, ରାୟଗଡ଼ା ୯୨, କଳାହାଣ୍ଡି ୯୦, ସୋନପୁର ୮୩, ଝାରସୁଗୁଡ଼ା ୮୦, ବଲାଙ୍ଗୀର ୭୮, କେନ୍ଦୁଝର ୭୨, ଗଞ୍ଜାମ ୬୫, ମାଲକାନଗିରି ୬୩, ବୌଦ୍ଧ, ନୂଆପଡ଼ା ୫୨, ନୟାଗଡ଼ ୪୭, ଗଜପତି ଓ ଭଦ୍ରକରୁ ୪୩ ଲେଖାଏଁ, ଦେବଗଡ଼ ୨୩ ଓ ଷ୍ଟେଟ୍‌ ପୁଲ ୨୧୦ ରହିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି।

ଖୋର୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର୧୪୫ରେ ପହଞ୍ଚିଛି। ଗଞ୍ଜାମ ୧୯,୫୬୭, କଟକ ୧୫,୪୮୫, ପୁରୀ ୭୯୧୩, ରାୟଗଡ଼ା ୬୬୯୯, ଯାଜପୁର ୬୬୭୮, ମୟୂରଭଞ୍ଜ ୬୪୩୬, ସୁନ୍ଦରଗଡ଼ ୬୨୯୧, ବାଲେଶ୍ବର ୬୦୬୭, କୋରାପୁଟ ୫୩୪୭ ଓ ବରଗଡ଼ରେ ୫୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା, ଗଞ୍ଜାମ, କଟକ ଓ ପୁରୀ ଜିଲ୍ଲାକୁ ମିଶାଇ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ୪୧.୬ ପ୍ରତିଶତ ରୋଗୀ ଏହି ୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି ୯ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଥିରେ ବରଗଡ଼ରୁ ୨, ଭଦ୍ରକ, ବଲାଙ୍ଗୀର, କଟକ, ଗଜପତି, ପୁରୀ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୯୧‌ରେ ପହଞ୍ଚିଛି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୨୧୫ରେ ସ୍ଥିର ରହିଛି। ଏହାବାଦ୍ ଖୋର୍ଧା ୧୦୩, କଟକ ୫୭, ସୁନ୍ଦରଗଡ଼ ୩୯, ପୁରୀ ଓ ରାୟଗଡ଼ାରୁ ୩୫ ଲେଖାଏଁ, ଗଜପତି ୨୨, ସମ୍ବଲପୁର ୨୧, କନ୍ଧମାଳ ୧୮, ନୟାଗଡ଼ ୧୭, ବାଲେଶ୍ବର ୧୬, ବଲାଙ୍ଗୀର ୧୪, ମୟୂରଭଞ୍ଜ ୧୩, ବଗରଡ଼ ୧୨, ଭଦ୍ରକ ୧୧ ଜଣ ପ୍ରାଣ ହରାଇ ସାରିଲେଣି।

ରାଜ୍ୟରେ ଆଜି ୪୦୯୦ କ‌ରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୬୦୫ ରୋଗୀ ରହିଛନ୍ତି। ଏହାସହ ପୁରୀରୁ ୪୧୨, କଟକ ୩୭୧, ବରଗଡ଼ ୧୬୯, ନବରଙ୍ଗପୁର ୧୬୦, ସୁନ୍ଦରଗଡ଼ ୧୫୫, କେନ୍ଦ୍ରାପଡ଼ା ଓ ରାୟଗଡ଼ାରୁ ୧୪୫ ଲେଖାଏଁ, ଯାଜପୁର ୧୩୯, ବଲାଙ୍ଗୀର ୧୨୩, ଜଗତସିଂହପୁର ୧୨୧, କୋରାପୁଟ ୧୨୦, ମୟୂରଭଞ୍ଜ ୧୧୫, ସୋନପୁର ୧୧୦, ଭଦ୍ରକ ୧୦୪, ସମ୍ବଲପୁର ୯୯, ଝାରସୁଗୁଡ଼ା ୯୩, କେନ୍ଦୁଝର ୯୨, ବାଲେଶ୍ବର ୯୧, ନୟାଗଡ଼ ୮୩, ନୂଆପଡ଼ା ୭୮, ଅନୁଗୁଳ ୬୬, ଗଞ୍ଜାମ ୫୬, ‌ଢେଙ୍କାନାଳ ୫୦, କଳାହାଣ୍ଡି ଓ ମାଲକାନଗିରି ୪୪ ଲେଖାଏଁ, କନ୍ଧମାଳ ୩୮, ବୌଦ୍ଧ ଓ ଗଜପତିରୁ ୧୮ ଲେଖାଏଁ, ଦେବଗଡ଼ ୧୪ ଓ ଷ୍ଟେଟ୍‌ ପୁଲରୁ ୨୧୨ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୪୧ହଜାର ୬୫୭ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୩୩,୧୪୯ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର