କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୩୨ ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ୩୨ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୨ କୁ ବୃଦ୍ଧି ହୋଇଛି । ଆଜି ଜୁନାଗଡ଼ ବ୍ଳକରେ ୧୭ ଜଣ, ଲାଞ୍ଜିଗଡ଼ ବ୍ଳକରେ ୬ ଜଣ, କେସିଙ୍ଗା ବ୍ଳକରେ ୪ ଜଣ, ଭବାନୀପାଟଣାରେ ୨ ଜଣ, ନର୍ଲା ବ୍ଳକରେ ଜଣେ, କୋକସରା ବ୍ଳକରେ ଜଣେ ଓ କଲମପୁର ବ୍ଳକରେ ଜଣେ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ କାଲି ଜିଲ୍ଲା ପ୍ରଶାସନର ପ୍ରେସ ବିଜ୍ଞପ୍ତି ପରେ ମଧ୍ୟ ରାତ୍ରିରେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେଥି ମଧ୍ୟରୁ ଜୁନାଗଡ଼ରେ ୨୦ ଜଣ , ଲାଞ୍ଜିଗଡ଼ରେ ୮ ଜଣ ଓ କେସିଙ୍ଗାରେ ଜଣେ ଚିହ୍ନଟ ହୋଇଥିଲେ । ଗତ ଅଗଷ୍ଟ ୧୦ ଓ ୧୧ ତାରିଖରେ କେସିଙ୍ଗା ସହରକୁ ସଟଡାଉନ ଘୋଷଣା କରି ଘର ଘର ବୁଲି ସର୍ଭେ କରିବା ସହ ସ୍କ୍ରିନିଂ କରାଯାଇଥିଲା। ଏଥିରେ ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେହିଭଳି ଜୁନାଗଡ଼ ସହରକୁ ୧୨ ଓ ୧୩ ତାରିଖ ଦିନ ସଟଡାଉନ ଘୋଷଣା କରି ସ୍କ୍ରିନିଂ କରାଯାଇଥିଲା । ଏଥିରେ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ସମ୍ବନ୍ଧିତ ଖବର