ବଲାଙ୍ଗୀର : ଶନିବାର ବଲାଙ୍ଗୀର ଜିଲ୍ଲାରୁ ୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା ୭୫୨୭ ହୋଇଛି। ସେମାନଙ୍କ ମଧ୍ୟରୁ ୭୦୬୦ ଜଣ ସୁସ୍ଥ ହେବା ପରେ ୪୩୪ ଜଣ ଚିକିତ୍ସିତ ହେଉଛନ୍ତି।

Advertisment

ଆଜି ପଜିଟିଭ ଚିହ୍ନଟଙ୍କ ମଧ୍ୟରେ ଆଗଲପୁର ନଅଗାଁ(କ), ଉପରବାହାଲ ଓ ଭରସୁଜାରୁ ଜଣେ ଲେଖାଏଁ, ବଲାଙ୍ଗୀର ବ୍ଲକ କୁଡ଼ାସିଂହାରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ସଦର ମହକୁମା, ସିନ୍ଧେକେଲା, ଝରିଆଲ ଓ ଦେଢ଼ଗାଁରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ ସଦର ମହକୁମାରୁ ଜଣେ, ଦେଓଗାଁ ବ୍ଲକ ବନ୍ଧପଡ଼ାରୁ ଜଣେ, ଗୁଡ଼ଭେଲା ବ୍ଲକ ସମରାରୁ ଜଣେ, ମୁରିବାହାଲ ବ୍ଲକ ସଦର ମହକୁମା, ଡଙ୍ଗରପଡ଼ା ଓ ଚଲକିରୁ ଜଣେ ଲେଖାଏଁ, ଲଖନାରୁ ୨ ଜଣ, ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇରୁ ୩ ଜଣ, ପୁଇନ୍ତଲା ବ୍ଲକ ସଦର ମହକୁମା ଓ ବହଲପଦରରୁ ଜଣେ ଲେଖାଏଁ, ଜାମଗାଁରୁ ୨ ଜଣ, ସଇନ୍ତଲା ବ୍ଲକ ବେଲଗାଁରୁ ଜଣେ, ଟିଟିଲାଗଡ଼ ବ୍ଲକ ମନିଗାଁରୁ ଜଣେ, ତୁରେକେଲା ବ୍ଲକ ବୁରୋମାଲରୁ ଜଣେ ରହିଛନ୍ତି।

ସେହିପରି ବଲାଙ୍ଗୀର ପୌରାଞ୍ଚଳ ୪, ୭ ଓ ୧୯ ନଂ ୱାର୍ଡରୁ ଜଣେ ଲେଖାଏଁ, ପାଟଣାଗଡ଼ ଏନଏସି ୮ ଓ ୧୪ ନଂ ୱାର୍ଡରୁ ୨ ଜଣ ଲେଖାଏଁ, ୫ ନଂ ୱାର୍ଡରୁ ଜଣେ, ଟିଟିଲାଗଡ଼ ପୌରାଞ୍ଚଳ ୯ ନଂ ୱାର୍ଡରୁ ୨ ଜଣ, ୧୪ ନଂ ୱାର୍ଡରୁ ଜଣେ ରହିଛନ୍ତି।