କୋଭିଡ଼୍ ମୁକାବିଲା : ଗଞ୍ଜାମରେ କୋଭିଡ଼୍ ପରୀକ୍ଷା ୫ଲକ୍ଷ ପାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସିବା ସାଙ୍ଗକୁ ଦୈନନ୍ଦିନ ସ˚କ୍ରମଣ ହ୍ରାସ ପାଇବାରେ ଲାଗିଛି। ଏଥିସହ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗି ଜିଲ୍ଲାର ସୁସ୍ଥ ହାର ୯୮ ପ୍ରତିଶତରେ ପହଞ୍ଚିଛି। ଜିଲ୍ଳାରେ ଗତକାଲି ୩୪୨୦ଜଣଙ୍କ କୋଭିଡ଼୍ ପରୀକ୍ଷା ହୋଇଛି। ଜିଲ୍ଲାର ଗତକାଲି ସୁଦ୍ଧା ସମୁଦାୟ ୪ ଲକ୍ଷ ୯୮ହଜାର ୯୧୩ଜଣଙ୍କ ପରୀକ୍ଷା ହୋଇଛି। ଆଜିର କୋଭିଡ଼୍ ଟେଷ୍ଟ ମିଶି ଜିଲ୍ଲାର ସମୁଦାୟ କୋଭିଡ଼୍ ପରୀକ୍ଷା ୫ଲକ୍ଷ ପାର ହୋଇଥିବା ଜଣାପଡ଼ିଛି।

ଆଜି ଜିଲ୍ଲାରୁ ୩୩ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ପଜିଟିଭ ସ˚ସ୍ପର୍ଶରେ ଆସି ୩୦ଜଣ ଏବ˚ ୩ କୋଭିଡ଼ ଯୋଦ୍ଧା ରହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ସମୁଦାୟ ସ˚କ୍ରମିତ ସ˚ଖ୍ୟା ୨୦ହଜାର ୮୨୫ ର ପହଞ୍ଚିଛି। ଜିଲ୍ଲାର ସୁସ୍ଥ ହାର ବୃଦ୍ଧି ପାଇଁ ୯୮ପ୍ରତିଶତରେ ପହଞ୍ଚିଛି। ଜିଲ୍ଲାରେ ଅଦ୍ୟାବଧି କୋଭିଡ଼ରେ ୨୨୫ଜଣ ମୃତ୍ୟୁବରଣ କରିଥିବା ବେଳେ ୧୮୬ ଜଣ ସକ୍ରୀୟ ସ˚କ୍ରମିତ ରହିଛନ୍ତି।

ସମ୍ବନ୍ଧିତ ଖବର