କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ି ଚାଲିଛି। କିଛିଦିନ ହେଲା ଖଣି ସହର ବଡ଼ବିଲରେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଆଜି ବଡ଼ବିଲ ଅପେକ୍ଷା କେନ୍ଦୁଝର ସହରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ଆଜି ମୋଟ ୬୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି।
କେନ୍ଦୁଝରଗଡ଼ ପୌରପାଳିକାର ୮ ନମ୍ବର ୱାର୍ଡରୁ ୫ ଜଣ, ୬ ନମ୍ବର ୱାର୍ଡରୁ ୩ଜଣ, ୯ ନମ୍ବର ୱାର୍ଡରୁ ଦୁଇଜଣ, ୨, ୧୦, ୧୨, ୧୩, ୧୫, ୨୦, ୨୧ ନମ୍ବର ୱାର୍ଡରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ବିଲ ପୌରପାଳିକାର ୪ ନମ୍ବର ୱାର୍ଡରୁ ୩ଜଣ, ୬, ୭, ୮, ୧୫ ନମ୍ବର ୱାର୍ଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାଟଣା ବ୍ଲକ୍ ବଡ଼ପାଟଣା ପଞ୍ଚାୟତରୁ ଜଣେ, ଚାକୁଣ୍ଡାପାଳ ପଞ୍ଚାୟତରୁ ୩ ଜଣ, କେନ୍ଦୁଝର ସଦର ବ୍ଲକ୍ ଡିମ୍ବୋ, ମହାଦେଇଯୋଡ଼ା, ପଳାଶପଙ୍ଗା ପଞ୍ଚାୟତରୁ ଜଣେ ଲେଖାଏଁ, ନରଣପୁର ପଞ୍ଚାୟତରୁ ୪ ଜଣ, ମଣ୍ଡୁଆ ପଞ୍ଚାୟତରୁ ଦୁଇଜଣ, ଯୋଡ଼ା ପୌରପାଳିକାର ୨ ନମ୍ବର ୱାର୍ଡରୁ ଦୁଇଜଣ, ୩ ନମ୍ବର ୱାର୍ଡରୁ ଦୁଇଜଣ, ୬ ନମ୍ବର ୱାର୍ଡରୁ ଜଣେ, ୭ ନମ୍ବର ୱାର୍ଡରୁ ୩ଜଣ, ୯ ଏବଂ ୧୦ ନମ୍ବର ୱାର୍ଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଆନନ୍ଦପୁର ପୌରପାଳିକାର ୭ ନମ୍ବର ୱର୍ଡରୁ ଜଣେ, ଘଟଗାଁ ବ୍ଲକ୍ ବସନ୍ତପୁର ପଞ୍ଚାୟତରୁ ଜଣେ, ହରିଚନ୍ଦନପୁର ବ୍ଲକ୍ ହରିଚନ୍ଦନପୁର ପଞ୍ଚାୟତରୁ ଜଣେ, ହାଟଡିହି ବ୍ଲକ୍ ହାଟଡିହି ପଞ୍ଚାୟତରୁ ଜଣେ, ଝୁମ୍ପୁରା ବ୍ଲକ୍ ବାରିଆ ପଞ୍ଚାୟତରୁ ଜଣେ, ବସନ୍ତପୁର ପଞ୍ଚାୟତରୁ ୩ଜଣ, ଯୋଡ଼ା ବ୍ଲକ୍ ଜଜାଙ୍ଗ ପଞ୍ଚାୟତରୁ ୫ଜଣ, ବଲାଣି, ଗୁଆଲି, ଜୁରୁଡ଼ି ପଞ୍ଚାୟତରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୨୧ ହଜାର ୩୨୨ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ହଜାର ୮୭୦ଜଣ ସୁସ୍ଥ ହୋଇଥିବାବେଳେ ୨୭୮ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ଆଜି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୪ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୩୯ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।