ଖୋର୍ଦ୍ଧା ଗ୍ରାମାଂଚଳ: ୩୮ ସଂକ୍ରମିତ ଚିହ୍ନଟ, ୫୫ ସୁସ୍ଥ

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଶନିବାର ସକାଳ ସୁଦ୍ଧା ୩୮ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇଛନ୍ତି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତଙ୍କ ମଧ୍ୟରେ ବାଲିଅନ୍ତାରୁ ୩, ବାଲିପାଟଣାରୁ ୨, ଭୁବନେଶ୍ୱର ବ୍ଲକରୁ ୩, ଜଟଣୀ ବ୍ଲକ ଓ ପୌରାଂଚଳରୁ ୬, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୧୧, ବେଗୁନିଆରୁ ୨, ବୋଲଗଡ଼ରୁ ୧, ଟାଙ୍ଗୀରୁ ୩, ଚିଲିକା-ବାଲୁଗାଁରୁ ୪, ବାଣପୁରରୁ ୨ ଜଣ ଅଛନ୍ତି । ଏହା ସହ ଗ୍ରାମାଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୫୨୫ ହୋଇଛି ।

ଅପରପକ୍ଷରେ ଆଜି ସକାଳ ସୁଦ୍ଧା ୫୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୦୮୦ ହୋଇଛି । ବର୍ତମାନ ସୁଦ୍ଧା ୩୮୯ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର