ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୫୦ହଜାର ସଂଖ୍ୟା ଆଡ଼କୁ ଗତି କରୁଛି। ଦିନକରେ ଖୋର୍ଧା ଜିଲ୍ଲାରେ ୧୩୨ ନୂତନ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୯,୧୧୧କୁ ବୃଦ୍ଧି ପାଇଛି। ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେବାରେ ଖୋର୍ଧା ହେଉଛି ରାଜ୍ୟର ପ୍ରଥମ ଜିଲ୍ଲା। ତେବେ ଖୋର୍ଧାର ସିଂହଭାଗ ରୋଗୀ କେବଳ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ମାତ୍ର ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

Advertisment

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୨,୦୮୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୨୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାତ୍ର କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ ପୂର୍ବଭଳି ଜାରି ରହିଛି। ଆଜି ୧୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୩ଜଣ ଥିବା ବେଳେ ଢେଙ୍କାନାଳ ୨, କଳାହାଣ୍ଡି, ବାଲେଶ୍ବର, ନୂଆପଡ଼ା, ସୁନ୍ଦରଗଡ଼, ଭଦ୍ରକ, ଜଗତସିଂହପୁର ଓ କଟକରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୩୫୨କୁ ବୃଦ୍ଧି ପାଇଛି। ଖୋର୍ଧାରେ ସର୍ବାଧିକ ୨୩୪ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମରେ ୨୩୦, କଟକ ୧୧୩, ସୁନ୍ଦରଗଡ଼ ୭୪ ଓ ବାଲେଶ୍ବରରେ ୬୯ଜଣ ପ୍ରାଣ ହରାଇଛନ୍ତି।
ଚିହ୍ନଟ ନୂତନ ରୋଗୀଙ୍କ ମଧ୍ୟରେ ୬୯୭ ସଙ୍ଗରୋଧରୁ ଓ ୫୦୪ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। କେବଳ ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ଶହେରୁ କମ୍ ରହିଛି। ଅନୁଗୁଳ ୪୯, ବାଲେଶ୍ବର ୪୮, ବରଗଡ଼ ୫୮, ଭଦ୍ରକ ୨୭, ବଲାଙ୍ଗୀର ୫୨, ବୌଦ୍ଧ ୮, କଟକ ୬୯, ଦେବଗଡ଼ ୫, ଢେଙ୍କାନାଳ ୧୪, ଗଜପତି ୨, ଗଞ୍ଜାମ ୬୧, ଜଗତସିଂହପୁର ୭୩, ଯାଜପୁର ୨୮, ଝାରସୁଗୁଡ଼ା ୩୫, କଳାହାଣ୍ଡି ୨୬, କନ୍ଧମାଳ ୯, କେନ୍ଦ୍ରାପଡ଼ା ୪୩, କେନ୍ଦୁଝର ୩୨, କୋରାପୁଟ ୨୮, ମାଲକାନଗିରି ୩୦, ମୟୂରଭଞ୍ଜ ୭୩, ନବରଙ୍ଗପୁର ୨୪, ନୟାଗଡ଼ ୧୪, ନୂଆପଡ଼ା ୫୭, ପୁରୀ ୪୩, ରାୟଗଡ଼ା ୧୫, ସମ୍ବଲପୁର ୩୧, ସୋନପୁର ୨୪, ସୁନ୍ଦରଗଡ଼୬୭ ଓ ଷ୍ଟେଟ୍‌ ପୁଲରୁ ୨୪ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୪ହଜାର ୪୧୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ଆଉ ୧୪୬୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୮୦ ହଜାର ୫୫୩କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨,୪୫୭କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୧୭୩ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୧୨୮, କେନ୍ଦ୍ରାପଡ଼ା ୧୦୪, ସୁନ୍ଦରଗଡ଼ ୭୭, ଅନୁଗୁଳ ୭୨, ବଲାଙ୍ଗୀର ୬୫, ପୁରୀ ୫୬, ବାଲେଶ୍ବର, ଝାରସୁଗୁଡ଼ା ୫୪ ଲେଖାଏଁ, ବରଗଡ଼ ଓ ଜଗତସିଂହପୁରରୁ ୫୩ ଲେଖାଏଁ, ନବରଙ୍ଗପୁର ୪୭, ଯାଜପୁର ଓ ମୟୂରଭଞ୍ଜ ୪୨ ଲେଖାଏଁ, କେନ୍ଦୁଝର ୪୧, ଗଞ୍ଜାମ ୩୯, କଳାହାଣ୍ଡି ୩୪, ବୌଦ୍ଧ ଓ ସମ୍ବଲପୁର ୩୨ ଲେଖାଏଁ, ମାଲକାନାଗରି ୨୭, ଭଦ୍ରକ ୨୫, କୋରାପୁଟ ଓ ନୟାଗଡ଼ରୁ ୨୪ ଲେଖାଏଁ, ଦେବଗଡ଼ ୧୬, ଢେଙ୍କାନାଳ, ସୋନପୁର ଓ କନ୍ଧମାଳରୁ ୧୫ ଲେଖାଏଁ, ଗଜପତି ୭ ଓ ଷ୍ଟେଟ୍‌ ପୁଲରୁ ୬୦ଜଣ ସୁସ୍ଥ ‌‌ହୋଇଛନ୍ତି।