ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା: ୧୨ ସଂକ୍ରମିତ, ୬ ସୁସ୍ଥ

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ବୁଧବାର ସଂଧ୍ୟାସୁଦ୍ଧା ୧୨ ଜଣ କୋଭିଡ ୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସୁସ୍ଥ ହୋଇଛନ୍ତି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ୧୨ଜଣ ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱର ବ୍ଲକ, ବେଗୁନିଆ, ବାଣପୁରରୁ ଜଣେ ଲେଖାଏଁ, ଖୋର୍ଦ୍ଧା ବ୍ଲକ ଓ ଗ୍ରାମାଂଚଳରୁ ୭ଜଣ, ଜଟଣୀ ବ୍ଲକ ଓ ପୌରାଂଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଗ୍ରାମାଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୩୮୨ ହୋଇଛି । ଅପରପକ୍ଷରେ ବୁଧବାର ସଂଧ୍ୟାସୁଦ୍ଧା ସୁସ୍ଥ ହୋଇଥିବା ୬ଜଣଙ୍କ ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩,୧୬୨ ହୋଇଥିବା ବେଳେ ୬୪ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର