ରାଜ୍ୟରେ ଦିନକରେ ୨୪୭୦ ପଜିଟିଭ୍ ଚିହ୍ନଟ, ୧୭ ମୃତ

ଖୋର୍ଧାରେ ୪୫ ହଜାର ଟପିଲା ସଂକ୍ରମଣ, ୪ ଜିଲ୍ଲା ୧୦ହଜାର ସଂଖ୍ୟା ନିକଟତର

ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୪୫ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩୬୮ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ୪୫,୦୪୧କୁ ବୃଦ୍ଧି ପାଇଛି। ଏହା ରାଜ୍ୟର ସମୁଦାୟ ସଂକ୍ରମଣର ୧୭.୨ ପ୍ରତିଶତ। ଅପରପକ୍ଷରେ ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼ ଓ ବାଲେଶ୍ବର ଜିଲ୍ଲାରେ ସଂକ୍ରମଣରେ ୧୦ ହଜାର ନିକଟତର ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨,୧୪୮ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୪୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୫.୮ପ୍ରତିଶତକୁ ଖସି ଆସିଛି। ଏହାସତ୍ତ୍ବେ ରାଜ୍ୟର ସାମଗ୍ରିକ ଟିପିଆର୍‌ ୬.୬୮ ପ୍ରତିଶତ ରହିଛି, ଯାହାକି ଦେଶର ଅନ୍ୟ ବଡ଼ ବଡ଼ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୬୨ହଜାର ୧୧କୁ ବୃଦ୍ଧି ପାଇଛି। ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା ନବମ ସ୍ଥାନରେ ରହିଛି।

ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ କରୋନା ମୃତ୍ୟୁ ପୂର୍ବଭଳି ଜାରି ରହିଛି। ଆଜି ୧୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଏଥିରେ ଭୁବନେଶ୍ବରରୁ ସର୍ବା‌ଧିକ ୪ଜଣ ଥିବା ବେଳେ କଟକ, ସୁନ୍ଦରଗଡ଼ରୁ ୩ ଲେଖାଏଁ, ଗଞ୍ଜାମ ୨, ନୟାଗଡ଼, ଯାଜପୁର, ବାଲେଶ୍ବର, କଳାହାଣ୍ଡି ଓ ବୌଦ୍ଧରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି। ଗଞ୍ଜାମରେ ସର୍ବାଧିକ ୨୨୫, ଖୋର୍ଧା ୧୮୪, କଟକ ୯୪, ପୁରୀ ୭୨, ବାଲେଶ୍ବର ୬୧, ସୁନ୍ଦରଗଡ଼ ୫୩ ଓ ରାୟଗଡ଼ାରୁ ୪୦ଜଣ ପ୍ରାଣ ହରାଇଛନ୍ତି।

ଦିନକରେ ଚିହ୍ନଟ ୨୪୭୦ ପଜିଟିଭ୍‌ଙ୍କ ମଧ୍ୟରୁ ୧୪୬୨ ସଙ୍ଗରୋଧରୁ ଓ ୧୦୦୮ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। କଟକ ୧୮୬, ଅନୁଗୁଳ ୧୭୦, ସୁନ୍ଦରଗଡ଼ ୧୬୧, ମୟୂରଭଞ୍ଜ ୧୩୪, ବାଲେଶ୍ବର ୧୦୬, ବଲାଙ୍ଗୀର ୯୧, କେନ୍ଦ୍ରାପଡ଼ା ଓ ପୁରୀରୁ ୮୭ ଲେଖାଏଁ, ନୂଆପଡ଼ା ୮୫, ଯାଜପୁର ଓ ଷ୍ଟେଟ୍‌ ପୁଲରୁ ୭୨ ଲେଖାଏଁ, ବୌଦ୍ଧ ୭୦, ବରଗଡ଼ ୬୯, ଭଦ୍ରକ ୬୭, ଜଗତ୍‌ସିଂହପୁର ୬୪, ନବରଙ୍ଗପୁର ୫୮, କଳାହାଣ୍ଡି ୫୫, ସମ୍ବଲପୁର ଓ ଝାରସୁଗୁଡ଼ାରୁ ୫୪‌ ଲେଖାଏଁ, ସୋନପୁର ୫୩, ଢେଙ୍କାନାଳ ୫୦, କନ୍ଧମାଳ ଓ କେନ୍ଦୁଝରରେ ୪୨ ଲେଖାଏଁ, ଗଞ୍ଜାମ ୩୬, କୋରାପୁଟ ୩୨, ରାୟଗଡ଼ା ୩୧, ମାଲକାନଗିରି ୩୦, ନୟାଗଡ଼ ୨୩, ଦେବଗଡ଼ ୧୨ ଓ ଗଜପତିରୁ ୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟରେ ୨୭୭୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୩୮ହଜାର ୫୩୫କୁ ବୃଦ୍ଧି ପାଇଛି। ଖୋର୍ଧାରୁ ଆଜି ସର୍ବାଧିକ ୪୫୭ ରୋଗୀ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୬୫୨କୁ ଖସି ଆସିଛି। କଟକ ୨୦୨, ପୁରୀ ୧୮୫, ଅନୁଗୁଳ ୧୮୨, କେନ୍ଦ୍ରାପଡ଼ା ୧୫୦, ନୂଆପଡ଼ା ୧୪୨, ସୁନ୍ଦରଗଡ଼ ୧୦୬, ବାଲେଶ୍ବର ୯୪, ଯାଜପୁର ୯୧, କଳାହାଣ୍ଡି ୭୮, ବଲାଙ୍ଗୀର ୭୪, ବରଗଡ଼ ୭୩, କେନ୍ଦୁଝର ଓ ସମ୍ବଲପୁରରେ ୭୨ ଲେଖାଏଁ, ମୟୂରଭଞ୍ଜ ୬୮, ମାଲକାନଗିରି ୬୭, ଜଗତ୍‌ସିଂହପୁର ୬୫, ନବରଙ୍ଗପୁର ୬୨, ସୋନପୁର ୫୯, ଝାରସୁଗୁଡ଼ା ୫୬, ନୟାଗଡ଼ ୫୫, ରାୟଗଡ଼ା ୫୪, କୋରାପୁଟ ୫୧, କନ୍ଧମାଳ ୪୩, ଭଦ୍ରକ ୩୩, ଗଞ୍ଜାମ ୩୧, ଢେଙ୍କାନାଳ ୨୭, ବୌଦ୍ଧ ୨୧, ଦେବଗଡ଼ ୧୮ ଓ ଷ୍ଟେଟ୍‌ ପୁଲରୁ ୮୪ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର