ରାଜ୍ୟରେ କରୋନା ସଂକ୍ରମଣ ଖସୁଛି, ମୃତ୍ୟୁ କମୁନି

ଦିନକରେ ୨୧୯୬ ପଜିଟିଭ୍, ୧୭ ମୃତ୍ୟୁ
ଗଞ୍ଜାମରେ ସୁସ୍ଥ ହାର ୯୭ ପ୍ରତିଶତ
ଖୋର୍ଧାରେ ସଂକ୍ରମଣ ୩ଶହ ତଳକୁ ଖସିଲା

ଭୁବନେଶ୍ୱର : ଖୋର୍ଧାରେ କରୋନା ସଂକ୍ରମଣ ୩ଶହ ସଂଖ୍ୟା ତଳକୁ ଖସିଛି। ଗତମାସରେ ଗୋଟିଏ ଦିନରେ ୯ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖୋର୍ଧାରେ ଗତ ୨୪ଘଣ୍ଟାରେ ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୨୧୬ଜଣ ହେଉଛନ୍ତି ଭୁବନେଶ୍ବରରୁ। ଅର୍ଥାତ୍ ୮୩ ପ୍ରତିଶତ ରୋଗୀ କେବଳ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୫ ହଜାର ୬୬୧କୁ ବୃଦ୍ଧି ହୋଇଛି। କେବଳ ଖୋର୍ଧା ଜିଲ୍ଲା ନୁହେଁ, କଟକ ଓ ପୁରୀରେ ମଧ୍ୟ ସଂକ୍ରମଣ ହ୍ରାସ ଦେଖିବାକୁ ମିଳିଛି।

ରାଜ୍ୟରେ କରୋନା ସଂକ୍ରମଣ ଖସିଥିଲେ ହେଁ କରୋନା ମୃତ୍ୟୁ ସଂଖ୍ୟା ପୂର୍ବଭଳି ଜାରି ରହିଛି। ଆଜି ରାଜ୍ୟରେ ୧୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଖୋର୍ଧରୁ ସର୍ବାଧିକ ୫ଜଣ ରହିଛନ୍ତି। ଏହାବାଦ୍ କଟକରୁ ୨, ସମ୍ବଲପୁର, ରାଉରକେଲା, ପୁରୀ, ନୟାଗଡ଼, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, ବାଲେଶ୍ବର ଓ ଅନୁଗୁଳରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧୨୧କୁ ବୃଦ୍ଧି ପାଇଛି। ଗଞ୍ଜାମରେ ସର୍ବାଧିକ ୨୨୫ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ୧୯୧, କଟକ ୯୮, ପୁରୀ ୭୪, ବାଲେଶ୍ବର ୬୨, ସୁନ୍ଦରଗଡ଼ ୫୫, ରାୟଗଡ଼ା ୪୦, ମୟୂରଭଞ୍ଜ ୩୮ ଓ ନୟାଗଡ଼ରୁ ୩୭ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୨୭୪ ସଙ୍ଗରୋଧରୁ ଓ ୯୨୨ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। କଟକ ୧୭୫, ସୁନ୍ଦରଗଡ଼ ୧୪୦, ମୟୂରଭଞ୍ଜ ୧୧୯, ଯାଜପୁର ୧୧୩, ଅନୁଗୁଳ ୧୦୭, ବାଲେଶ୍ବର ୧୦୪, କଳାହାଣ୍ଡି ୯୪, ଜଗତସିଂହପୁର ୮୬, କେନ୍ଦ୍ରାପଡ଼ା ୮୨, ବରଗଡ଼ ୮୦, ପୁରୀ ୭୭, ବଲାଙ୍ଗୀର ଓ ଝାରସୁଗୁଡ଼ାରୁ ୭୧ ଲେଖାଏଁ, ସୋନପୁର ୭୦, କେନ୍ଦୁଝର ୬୭, ଷ୍ଟେଟ୍‌ ପୁଲ ଓ ନବରଙ୍ଗପୁର ୫୦ ଲେଖାଏଁ, ମାଲକାନଗିରି ୩୮, ସମ୍ବଲପୁର ୩୭, କନ୍ଧମାଳ ୩୪, ଢେଙ୍କାନାଳ ୩୩, ବୌଦ୍ଧ ୩୨, କୋରାପୁଟ ୨୯, ନୟାଗଡ଼ ୨୦, ଭଦ୍ରକ ୧୬, ରାୟଗଡ଼ା ୧୪, ଗଞ୍ଜାମ ୧୩ ଓ ବୌଦ୍ଧରୁ ୭ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦା‌ୟ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୬୬ହଜାର ୩୪୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୨୮୪୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୪୪ହଜାର ୨୨୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ୯୪୪କୁ ବୃଦ୍ଧି ପାଇଛି। ତେବେ ଏକଦା ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲାର ଅପବାଦ ମୁଣ୍ଡାଇ ଥିବା ଗଞ୍ଜାମ ଜିଲ୍ଲାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୭ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ରାଜ୍ୟର ଅନ୍ୟ କୌଣସି ଜିଲ୍ଲାର ସୁସ୍ଥ ହାରଠାରୁ ଅଧିକ। ଆଜି ଖୋର୍ଧାରୁ ସର୍ବାଧିକ ୪୩୪ଜଣ ସୁସ୍ଥ ହୋଇଛନ୍ତି। କଟକ ୨୩୭, ନୂଆପଡ଼ା ୧୬୧, ପୁରୀ ୧୪୮, ସମ୍ବଲପୁର ୧୩୬, ଅନୁଗୁଳ ୧୧୯, କଳାହାଣ୍ଡି ୧୧୭, ଝାରସୁଗୁଡ଼ା ୧୦୮, ଯାଜପୁର ୧୦୦, ମୟୂରଭଞ୍ଜ ୯୨, ସୁନ୍ଦରଗଡ଼୯୧, ଜଗତ୍‌ସିଂହପୁର ୮୫, ନୟାଗଡ଼ ୭୮, କେନ୍ଦ୍ରାପଡ଼ା ୭୬, କେନ୍ଦୁଝର ୬୮, ଢେଙ୍କାନାଳ ୬୦, ବଲାଙ୍ଗୀର ୫୮, ନବରଙ୍ଗପୁର ୫୩, କନ୍ଧମାଳ ୫୦, ସୋନପୁର ୪୮, କୋରାପୁଟ ଓ ମାଲକାନଗିରିରୁ ୪୧ ଲେଖାଏଁ, ଗଞ୍ଜାମ ୩୦, ବାଲେଶ୍ବର ୨୭, ବୌଦ୍ଧ ୨୧, ରାୟଗଡ଼ା ୧୮, ଦେବଗଡ଼ ୧୭, ଗଜପତି ୧୩ ଓ ଷ୍ଟେଟ୍‌ ପୁଲରୁ ୧୨୮ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର