ରାଜ୍ୟରେ ଦେଢ଼ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

କୋଭିଡ୍ ପଜିଟିଭ୍‌ରେ ଖୋର୍ଧାକୁ ଟପିଲା ଅନୁଗୁଳ,୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ଖସି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଉଲ୍ଲେଖନୀୟ ବିଷୟ ହେଉଛି ଯେ ଖୋର୍ଧା ଅପେକ୍ଷା ଏବେ ଅନୁଗୁଳରେ ଅଧିକ ସଂକ୍ରମଣ ଦେଖିବାକୁ ମିଳୁଛି। ଦିନକରେ ଖୋର୍ଧା‌‌ରେ ୧୧୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୪୧ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ ଅନୁଗୁଳରେ ପଛରେ ସଂକ୍ରମଣ ଆରମ୍ଭ ହୋଇଥିଲେ ହେଁ ଧୀ‌ରେଧୀରେ ସଂକ୍ରମିତଙ୍କ ସଂଖ୍ୟା ୭୫୩୧କୁ ବୃଦ୍ଧି ପାଇଛି।

ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜରେ ୧୧୩, କଟକ ୧୦୬, ସୁନ୍ଦରଗଡ଼ ୯୦, କେନ୍ଦୁଝର ୮୭, ବାଲେଶ୍ବର ୮୪, ଜଗତ୍‌ସିଂହପୁର ୭୨, ଯାଜପୁର ୫୬, କେନ୍ଦ୍ରାପଡ଼ା ୫୧, ଝାରସୁଗୁଡ଼ା ୫୦, ବରଗଡ଼ ୪୯, ପୁରୀ ୪୭, ବଲାଙ୍ଗୀର, ନୂଆପଡ଼ାରୁ ୪୪ ଲେଖାଏଁ, ନବରଙ୍ଗପୁର ୪୦, କୋରାପୁଟ ୩୯, ସମ୍ବଲପୁର ୨୯, ନୟାଗଡ଼ ୨୮, ଷ୍ଟେଟ୍‌ ପୁଲ ୨୬, ଢେଙ୍କାନାଳ ୨୫, କଳାହାଣ୍ଡି ଓ ଭଦ୍ରକରେ ୨୪ ଲେଖାଏଁ, ମାଲକାନଗିରି ୨୩, ଗଞ୍ଜାମ ୨୦, ରାୟଗଡ଼ା ୮, ସୋନପୁର ୧୪, କନ୍ଧମାଳ ୭, ଗଜପତି ୬, ଦେବଗଡ଼ ୧୧ ଓ ବୌଦ୍ଧରୁ ୧୨ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୨ହଜାର ୬୯୫କୁ ବୃଦ୍ଧି ପାଇଛି। ଖୋର୍ଧାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୭,୫୪୧କୁ ବୃଦ୍ଧି ପାଇଛି। କଟକ ୨୫,୨୩୬, ଗଞ୍ଜାମ ୨୧,୦୩୭, ପୁରୀ ୧୨,୨୧୦, ମୟୂରଭଞ୍ଜ ୧୦,୮୩୪, ଯାଜପୁର ୧୦,୫୯୨, ସୁନ୍ଦରଗଡ଼ ୧୦,୪୬୧ ରୋଗୀ ଚିହ୍ନଟ ହୋଇଛନ୍ତି।

ଗୋଟିଏପଟେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ‌ଘୋଷଣା କରାଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୩ଜଣ ରହିଛନ୍ତି। ଏହାବାଦ୍ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଓ ନୂଆପଡ଼ାରୁ ୨ଜଣ ଲେଖାଏଁ, ଗଞ୍ଜାମ, ସମ୍ବଲପୁର ଓ ବରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳରେ ସମୁଦାୟ ମୃତ୍ୟୁସଂଖ୍ୟା ରାଜ୍ୟରେ ୧୨୫୯କୁ ବୃଦ୍ଧି ପାଇଛି। ରାଜ୍ୟରେ କେସ୍ ଫାଟାଲିଟ୍‌ ରେଟ୍‌ ବା ସିଏଫ୍‌ଆର୍‌ ୦.୪୪ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର