ଭୁବନେଶ୍ୱର : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପିଛି। ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାର ଏହାର ୨୩୬ ଦିନ ପରେ ରାଜ୍ୟ ଏହି ସଂଖ୍ୟା ପାର୍ କରିଛି। ୩ଲକ୍ଷ ସଂଖ୍ୟା ଟପିବାରେ ଓଡ଼ିଶା ଦେଶରେ ନବମ ରାଜ୍ୟ ପାଲଟିଛି। ଗତ ୨୪ଘଣ୍ଟାରେ ନୂଆ ୧୩୭୨ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୪୦ରେ ପହଞ୍ଚି ଯାଇଛି। ଏଥିରେ ସିଂହ ଭା‌ଗ ଆକ୍ରାନ୍ତ ଖୋର୍ଧା, ଗଞ୍ଜାମ, କଟକ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ହଠାତ୍ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଆଜି ୧୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ୨୩ ଅକ୍ଟୋବର ପରେ ଏହା ହେଉଛି ସର୍ବାଧିକ କରୋନା ଜନିତ ମୃତ୍ୟୁ। ଏଥିରେ ଖୋର୍ଧାରୁ ୩ଜଣ, କଟକ, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼ରୁ ୨ଜଣ ଲେଖାଏଁ, ପୁରୀ, ବାଲେଶ୍ବର, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ଭଦ୍ରକରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୧୦କୁ ବୃଦ୍ଧି ପାଇଛି।

ଚିହ୍ନଟ ୧୩୭୨ ଆକ୍ରାନ୍ତଙ୍କ ମଧ୍ୟରୁ ୭୯୬ଜଣ ସଙ୍ଗରୋଧରୁ ଓ ୫୭୬ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୪୫ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୭୪୩କୁ ବୃଦ୍ଧି ପାଇଛି। ଏହାବାଦ୍ କଟକ ୧୨୧, ନୂଆପଡ଼ା ୧୦୮, ଅନୁଗୁଳ ୮୧, ବାଲେଶ୍ବର ୩୧, ବଲାଙ୍ଗୀର ଓ କେନ୍ଦୁଝର ୪୦ ଲେଖାଏଁ, ବୌଦ୍ଧ ୨, ଦେବଗଡ଼ ୮, ଢେଙ୍କାନାଳ ୨୫, ଗଜପତି ୪, ଗଞ୍ଜାମ ୨୧, ଜଗତସିଂହପୁର ୭୦, ଯାଜପୁର ୩୪, ଝାରସୁଗୁଡ଼ା ୩୩, କଳାହାଣ୍ଡି ୪୦, କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୬୫, କୋରାପୁଟ ଓ ମାଲକାନଗିରି ୨୦ ଲେଖାଏଁ, ମୟୂରଭଞ୍ଜ ୭୮, ନବରଙ୍ଗପୁର ୨୬, ନୟାଗଡ଼ ୩୨, ପୁରୀ ୫୩, ରାୟଗଡ଼ା ୧୧, ସମ୍ବଲପୁର ୩୭, ସୋନପୁର ୧୯, ସୁନ୍ଦରଗଡ଼ ୯୬ ଓ ଷ୍ଟେଟ୍‌ ପୁଲରୁ ୩୦ଜଣଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟରେ ଆଜି ୧୬୮୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୮୫୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୮୨୦କୁ ଖସି ଆସିଛି। ଆଜି ଖୋର୍ଧାରୁ ସର୍ବାଧିକ ୨୧୭ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୩୨୪କୁ ଖସି ଆସିଛି। ସୁନ୍ଦରଗଡ଼ ୧୧୩, କଟକ ୧୦୪, ବୌଦ୍ଧ ୯୧, କଳାହାଣ୍ଡି ୮୩, ମୟୂରଭଞ୍ଜ ୮୦, ବାଲେଶ୍ବର ୭୮, ନୂଆପଡ଼ା ଓ ପୁରୀରୁ ୭୬ ଲେଖାଏଁ, ଅନୁଗୁଳ ୬୪, କୋରାପୁଟ ୬୧, କେନ୍ଦୁଝର ୫୯, ଜଗତସିଂହପୁର ୫୫, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୫୨ ଲେଖାଏଁ, ବଲାଙ୍ଗୀର ୪୬, ଭଦ୍ରକ ୪୦, ଯାଜପୁର ଓ ନୟାଗଡ଼ ୩୪ଲେଖାଏଁ, ମାଲକାନଗିରି ୩୩, ବରଗଡ଼ ଓ ନବରଙ୍ଗପୁର ୩୨ ଲେଖାଏଁ, ଝା‌ରସୁଗୁଡ଼ା ୨୭, ଗଞ୍ଜାମ ୨୬, ସୋନପୁର ୨୩, ସମ୍ବଲପୁର ୨୦, ରାୟଗଡ଼ା ୧୪, କନ୍ଧମାଳ ୧୨, ଦେବଗଡ଼ ଓ ଗଜପତିରୁ ୭ ଲେଖାଏଁ ଓ ଷ୍ଟେଟ୍‌ ପୁଲରୁ ୩୫ଜଣ ସୁସ୍ଥ ହୋଇଛନ୍ତି।