ରାଜ୍ୟରେ ଦୈନିକ କରୋନା ସଂକ୍ରମଣର ଲୁଚକାଳି ଖେଳ

ଦିନକରେ ୧୦୧୮ ପଜିଟିଭ୍, ୧୨ ମୃତ

ଭୁବନେଶ୍ୱର : ରାଜ୍ୟରେ ଲୁଚକାଳି ଖେଳୁଛି ଦୈନିକ କରୋନା ସଂକ୍ରମଣ। କେତେବେଳେ ହଜାର ଉପରେ ତ ଆଉ କେତେବେଳେ ହଜାର ତଳେ। ଗତ ୪/୫ଦିନ ହେବ ରାଜ୍ୟରେ ଏଭଳି ଢଙ୍ଗରେ ସଂକ୍ରମଣ ବଢ଼ୁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୧୮ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଜିଲ୍ଲାରେ ସଂକ୍ରମଣ ଶହେ ତଳେ ରହିଛି। ତେବେ ଆଜି ୧୫୦୪ ରୋଗୀ ସୁସ୍ଥ ହେବା ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ହଜାରକୁ ଖସି ଆସିଛି।

ଅପରପକ୍ଷ‌ରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ପୂର୍ବଭଳି ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୧୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୩ଜଣ, ଢେଙ୍କାନାଳ, ଭୁବନେଶ୍ବରରୁ ୨ଜଣ ଲେଖାଏଁ, ଅନୁଗୁଳ, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୪୯୫କୁ ବୃଦ୍ଧି ପାଇଛି। ଖୋର୍ଧାରେ ସର୍ବାଧିକ ୨୫୯, ଗଞ୍ଜାମ ୨୩୨, କଟକ ୧୨୪, ପୁରୀ ୮୮ ଓ ସୁନ୍ଦରଗଡ଼ରେ ୮୫ ଜଣ ପ୍ରାଣ ହରାଇଛନ୍ତି।

ସେହିପରି ଦିନକରେ ଚିହ୍ନଟ ୧୦୧୮ ରୋଗୀଙ୍କ ମଧ୍ୟରେ ୫୮୫ ସଙ୍ଗରୋଧରୁ ଓ ୪୩୩ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଅନୁଗୁଳ ୬୫, ବାଲେଶ୍ବର ୨୪, ବରଗଡ଼ ୨୭, ଭଦ୍ରକ ୯, ବଲାଙ୍ଗୀର ୬୭, ବୌଦ୍ଧ ୨, କଟକ ୭୩, ଦେବଗଡ଼ ୪, ଢେଙ୍କାନାଳ ୨୦, ଗଜପତି ୭, ଗଞ୍ଜାମ ୧୩, ଜଗତସିଂହପୁର ୫୧, ଯାଜପୁର ୩୯, ଝାରସୁଗୁଡ଼ା ୨୭, କଳାହାଣ୍ଡି ୪୩, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୩୮, କେନ୍ଦୁଝର ୩୫, ଖୋର୍ଧା ୮୩, କୋରାପୁଟ ୧୨, ମାଲକାନଗିରି ୩, ମୟୂରଭଞ୍ଜ ୮୬, ନବରଙ୍ଗପୁର ୧୭, ନୟାଗଡ଼ା ୧୦, ନୂଆପଡ଼ା ୪୧, ପୁରୀ ୩୮, ସମ୍ବଲପୁର ୪୬, ସୋନପୁର ୮, ସୁନ୍ଦରଗଡ଼ ୯୪ ଓ ଷ୍ଟେଟ୍‌ ପୁଲରୁ ୧୭ଜଣ ପଜିଟିଭ୍‌ ବାହାରିଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୧୫୦୪ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୯୫ହଜାର ୨୪୫କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦,୨୧୧କୁ ଖସି ଆସିଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୩୯ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୧୨୭, କଟକ ୧୨୨, ମୟୂରଭଞ୍ଜ ୯୩, ଅନୁଗୁଳ ଓ ନୂଆପଡ଼ାରୁ ୭୬ ଲେଖାଏଁ, ବଲାଙ୍ଗୀର ୭୫, ପୁରୀ ୭୨, ବରଗଡ଼ ୬୮, ମାଲକାନଗିରି ୬୦, ଜଗତସିଂହପୁର ୫୯, କେନ୍ଦ୍ରାପଡ଼ା ୫୭, ଝାରସୁଗୁଡ଼ା ୫୩, କଳାହାଣ୍ଡି ଓ ସମ୍ବଲପୁରରୁ ୩୭ ଲେଖାଏଁ, ନୟାଗଡ଼ ୩୬, ବାଲେଶ୍ବର ୩୫, ଢେଙ୍କାନାଳ ଓ ଯାଜପୁରରୁ ୩୪ ଲେଖାଏଁ, ଭଦ୍ରକ ୩୧, କୋରାପୁଟ ୨୮, ସୋନପୁର ୧୮, ଗଞ୍ଜାମ ୧୭, ନବରଙ୍ଗପୁର ୧୪, କନ୍ଧମାଳ ୧୩, ଦେବଗଡ଼ ଓ ରାୟଗଡ଼ାରୁ ୬ ଲେଖାଏଁ, ଗଜପତି ୫, ବୌଦ୍ଧ ୨ ଓ ଷ୍ଟେଟ୍‌ ପୁଲରୁ ୩୦ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର