ରାଜ୍ୟର ୭ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ୧୦ ତଳେ

ଦିନକରେ ୮୬୮ ପଜିଟିଭ୍, ୧୫ ମୃତ
ରାଜ୍ୟରେ ଏବେ ୨.୪୧% ଚିକିତ୍ସାଧୀନ ରୋଗୀ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ଚିହ୍ନଟ ୮୬୮ ପଜିଟିଭ୍‌ଙ୍କ ମଧ୍ୟରେ କେବଳ ଖୋର୍ଧା ଜିଲ୍ଲାରେ ୧୦୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାତ୍ର ୭ ଜିଲ୍ଲାରେ ସଂକ୍ରମଣ ୧୦ ସଂଖ୍ୟା ତଳେ ରହିଛି। ଗଜପତିରେ ମାତ୍ର ଜଣେ ଚିହ୍ନଟ ହୋଇଥିବା ବେଳେ ସୋନପୁରରେ ୨, ମାଲକାନଗିରି ୩, ବୌଦ୍ଧ ୪, ନୟାଗଡ଼ ୫, ଭଦ୍ରକ ୬ ଓ ଦେବଗଡ଼ ଜିଲ୍ଲାରେ ୯ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଟେଷ୍ଟ୍ ପଜିଟିଭ୍ ରେଟ୍‌ ବା ଟିପିଆର ୧.୯ ପ୍ରତିଶତକୁ ଖସି ଆସିଛି। ଦିନକରେ ୪୫,୪୫୫ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଫଳରେ ସମୁଦାୟ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟା ୫୩ଲକ୍ଷ ୭୬ହଜାର ୩୯୩କୁ ବୃଦ୍ଧି ପାଇଛି। ଚିହ୍ନଟ ୮୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୨ଜଣ ସଙ୍ଗରୋଧରୁ ଓ ୩୬୬ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଅନୁଗୁଳ ୪୧, ବାଲେଶ୍ବର ୫୨, ବରଗଡ଼ ୨୬, ବଲାଙ୍ଗୀର ୩୬, କଟକ ୬୫, ଢେଙ୍କାନାଳ ଓ କୋରାପୁଟରେ ୧୫ ଲେଖାଏଁ, ଗଞ୍ଜାମ ୨୫, ଜଗତସିଂହପୁର ୩୮, ଯାଜପୁର ୩୧, ଝାରସୁଗୁଡ଼ା ଓ ସମ୍ବଲପୁରରେ ୨୨ ଲେଖାଏଁ, କଳାହାଣ୍ଡି ୩୬, କନ୍ଧମାଳ ୧୦, କେନ୍ଦ୍ରାପଡ଼ା ୩୯, କେନ୍ଦୁଝର ୧୯, ମୟୂରଭଞ୍ଜ ୪୬, ନବରଙ୍ଗପୁର ୧୨, ନୂଆପଡ଼ା ୩୩, ପୁରୀ ୩୦, ରାୟଗଡ଼ା ୨୧ ଓ ଷ୍ଟେଟ୍‌ ପୁଲରୁ ୨୦ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୦ ହଜାର ୯୨୦କୁ ବୃଦ୍ଧି ପାଇଛି। ଆଜି ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୩ଜଣ, ଗଜପତି, ସୋନପୁର ଓ ସମ୍ବଲପୁରରୁ ୨ଜଣ ଲେଖାଏଁ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, କୋରାପୁଟ, ଖୋର୍ଧା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗତ କିଛିଦିନ ହେବ ସୁନ୍ଦରଗଡ଼ରୁ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୫୭୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୧୩୦୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୭୭୭କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭ହଜାର ୫୧୫କୁ ଖସି ଆସିଛି। ରାଜ୍ୟରେ ଏବେ ମାତ୍ର ୨.୪୧ ପ୍ରତିଶତ ଚିକିତ୍ସାଧୀନ ‌କରୋନା ରୋଗୀ ରହିଛନ୍ତି। କଟକରୁ ଆଜି ସର୍ବାଧିକ ୧୦୮ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଅନୁଗୁଳ ୧୦୩, ମୟୂରଭଞ୍ଜ ୧୦୧, ସୁନ୍ଦରଗଡ଼ ୯୭, ଖୋର୍ଧା ୯୬, ଝାରସୁଗୁଡ଼ା ୮୬, ଜଗତସିଂହପୁର ୫୫, ବାଲେଶ୍ବର ୫୪, କେନ୍ଦ୍ରାପଡ଼ା ୫୩, କେନ୍ଦୁଝର ୫୦, କଳାହାଣ୍ଡି ୪୭, ବଲାଙ୍ଗୀର ୪୬, ନୟାଗଡ଼ା ୪୦, ‌କୋରାପୁଟ ୩୮, ବରଗଡ଼ ଓ ନୂଆପଡ଼ାରୁ ୩୭ ଲେଖାଏଁ, ପୁରୀ ୪୩, ସମ୍ବଲପୁର ୩୨, ଯାଜପୁର ୩୦, ଗଞ୍ଜାମ ୨୬, ସୋନପୁର ୨୫, ନବରଙ୍ଗପୁର ୨୨, ରାୟଗଡ଼ା ୧୪, ଢେଙ୍କାନାଳ ୧୧, ମାଲକାନଗିରି ୧୦, କନ୍ଧମାଳ୯, ବୌଦ୍ଧ ୭, ଗଜପତି ୪, ଦେବଗଡ଼ ୩, ଭଦ୍ରକ ୨ ଓ ଷ୍ଟେଟ୍‌ ପୁଲରୁ ୨୬ଜଣ ସୁସ୍ଥ‌ ହୋଇଛନ୍ତି।

ସମ୍ବନ୍ଧିତ ଖବର