ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସ୍ଥିର ରହିଛି। ଲଗାତାର ଭାବେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଅପରିବର୍ତ୍ତିତ ରହିଛି। ଯେଉଁ କରୋନା ମୃତ୍ୟୁ ସଂପର୍କରେ ଘୋଷଣା କରାଯାଉଛି, ତାହା ନିର୍ଦ୍ଦିଷ୍ଟ ଭାବେ କେଉଁଦିନର ତାହା ସ୍ପଷ୍ଟ ନୁହେଁ। କିନ୍ତୁ ମୃତ୍ୟୁ ସଂଖ୍ୟା ଯେ ସଂକ୍ରମଣ ତୁଳନାରେ ଅଧିକ ରହିଛି, ତାହା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ସଂକ୍ରମଣ ହ୍ରାସ ଯୋଗୁଁ ହସ୍ପିଟାଲରେ ଚାପ କମିଥିବା ବେଳେ ପ୍ରତ୍ୟେକ ଦିନ ଏତେସଂଖ୍ୟକ ରୋଗୀ ପ୍ରାଣ ହରାଇବା ନିଶ୍ଚିତ ଭାବେ ଉଦ୍‌ବେଗଜନକ।

Advertisment

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୪ଜଣ ରହିଛନ୍ତି। ଗତ କିଛି ଦିନ ହେବ, ସୁନ୍ଦରଗଡ଼ରେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏ ପର୍ଯ୍ୟନ୍ତ ଜିଲ୍ଲାରେ ୧୧୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସମ୍ବଲପୁର ୩, ଖୋର୍ଧା ୨, ନୟାଗଡ଼, ରାୟଗଡ଼ା, କେନ୍ଦ୍ରାପଡ଼ା, ସୋନପୁର, ଗଞ୍ଜାମ, ଗଜପତି, କଟକ, ଭଦ୍ରକରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ୨୭୨, ଗଞ୍ଜାମ ୨୩୪, କଟକ ୧୨୬, ପୁରୀ ୯୧, ବାଲେଶ୍ବର ୮୦ ଓ ସମ୍ବଲପୁରରେ ୬୩ଜଣ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ଭାବେ ୧୫୯୨ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

ରାଜ୍ୟରେ ଚିହ୍ନଟ ୮୬୮ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରେ ସର୍ବାଧିକ ୧୨୬ଜଣ ଚିହ୍ନଟ ହୋଇଛନ୍ତି। ୭ ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ରହିଛି। ବୌଦ୍ଧ ୧, ଗଜପତି ଓ ନୟାଗଡ଼ରୁ ୩ ଲେଖାଏଁ, ସୋନପୁର ଓ କନ୍ଧମାଳରୁ ୬ ଲେଖାଏଁ, ରାୟଗଡ଼ା ଓ ଦେବଗରୁ ୭ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୫୪,ବା‌ଲେଶ୍ବର ୧୮, ବରଗଡ଼ ୨୧, ଭଦ୍ରକ ୧୩, ବଲାଙ୍ଗୀର ୩୪, କଟକ ୬୪, ଢେଙ୍କାନାଳ ୧୮, ଗଞ୍ଜାମ ୧୧, ଜଗତସିଂହପୁର ୪୪, ଯାଜପୁର ୩୧, ଝାରସୁଗୁଡ଼ା ୨୧, କଳାହାଣ୍ଡି ୨୦, କେନ୍ଦ୍ରାପଡ଼ା ୩୫, କେନ୍ଦୁଝର ୩୯, କୋରାପୁଟ ଓ ମାଲକାନଗିରିରୁ ୧୨ ଲେଖାଏଁ, ମୟୂରଭଞ୍ଜ ୪୬, ନବରଙ୍ଗପୁର ୧୪, ନୂଆପଡ଼ା ୪୬, ପୁରୀ ୨୮, ସମ୍ବଲପୁର ୧୮, ସୁନ୍ଦରଗଡ଼ ୮୭ ଓ ଷ୍ଟେଟ୍‌ପୁଲରୁ ୨୩ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୧ହଜାର ୭୮୮କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ଆଜି ରାଜ୍ୟରେ ୧୦୧୯ଜଣ ସୁସ୍ଥ ହୋଇଛନ୍ତି। ଏଥିରେ ସର୍ବାଧିକ ୧୪୧ଜଣ ରୋଗୀ ସୁନ୍ଦରଗଡ଼ରୁ ରହିଛନ୍ତି। ଏହାବାଦ୍ କଟକ ୧୦୨, ଖୋର୍ଧା ୯୫, ଅନୁଗୁଳ ୭୫, କେନ୍ଦ୍ରାପଡ଼ା ୫୯, ମୟୂରଭଞ୍ଜ ୫୫, ଜଗତ୍‌ସିଂହପୁର ୫୦, କୋରାପୁଟ ୪୧, ନୂଆପଡ଼ା ୩୯, କେନ୍ଦୁଝର ୩୭, ବରଗଡ଼ ୩୦, ପୁରୀ ୨୯, ବାଲେଶ୍ବର ୨୮, ଢେଙ୍କାନାଳ ୨୬, ନବରଙ୍ଗପୁର ୨୪, ବଲାଙ୍ଗୀର ୨୩, କଳାହାଣ୍ଡି ୨୨, ଯାଜପୁର ୨୧, ନୟାଗଡ଼ ୧୭, ଗଞ୍ଜାମ ୧୫, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୧୨ଲେଖାଏଁ, ରାୟଗଡ଼ା ଓ ସୋନପୁର ୧୦ ଲେଖାଏଁ, କନ୍ଧମାଳ ୯, ଦେବଗଡ଼ ୫, ଭଦ୍ରକ ଓ ମାଲକାନଗିରିରୁ ୪ ଲେଖାଏଁ, ବୌଦ୍ଧ ୩, ଗଜପତି ୧ ଓ ଷ୍ଟେଟ୍‌ ପୁଲରୁ ୨୦ଜଣ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୨ହଜାର ୭୯୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୭୩୪୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି।