ରାଜ୍ୟରେ ଆଉ ୮୩୧୩ ପଜିଟିଭ୍, ୩୫ ମୃତ

ଭୁବନେଶ୍ବର : ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧ ହଜାର ୬୧୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୮୩୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହାର ୧୩.୫ ପ୍ରତିଶତ ରେକର୍ଡ କରାଯାଇଛି। ଦିନକ ପୂର୍ବରୁ ଏହାର ୧୪.୪ ପ୍ରତିଶତ ରହିଥିଲା।

ଖୋର୍ଧାରୁ ସର୍ବାଧିକ ୯୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୪ହଜାର ୭୧୩କୁ ବୃଦ୍ଧି ପାଇଛି। ସେହିପରି କଟକ ୫୯୩, ମୟୂରଭଞ୍ଜ ୫୩୨, ଅନୁଗୁଳ ୫୦୫, ସୁନ୍ଦରଗଡ଼ ୪୬୫, ବାଲେଶ୍ବର ୪୫୨, ଢେଙ୍କାନାଳ ୪୦୭, ପୁରୀ ୪୦୫, ଯାଜପୁର ୩୫୪, କେନ୍ଦ୍ରାପଡ଼ା ୩୩୧, ନୟାଗଡ଼ ୨୮୩, ଜଗତସିଂହପୁର ୨୮୦ ଓ ଷ୍ଟେଟ୍‌ ପୁଲରୁ ୧୬୨ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭କୁ ବୃଦ୍ଧି ପାଇଛି।

ରାଜ୍ୟରେ ଗୋଟିଏ ଦିନରେ ୩୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳରେ ସର୍ବାଧିକ ୫ଜଣ ପ୍ରାଣ ହରାଇଛନ୍ତି। କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଧା, ନବରଙ୍ଗପୁର, ସୋନପୁରରୁ ୩ଜଣ ଲେଖାଏଁ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ଦେବଗଡ଼ରୁ ୨ ଲେଖାଏଁ, ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି। ଆଜି ୧୦,୪୦୫ ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୧,୨୫୮କୁ ଖସି ଆସିଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୮୦ହଜାର ୯୩୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ କରୋନା ରୋଗୀଙ୍କ ସୁସ୍ଥ ହାର ୮୮.୬ ପ୍ରତିଶତରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର