ଦିନକରେ ୨୮୨ ଚିହ୍ନଟ, ୧୩୫ ସୁସ୍ଥ; ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

ଭୁବନେଶ୍ବର : ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ଏକ ହଜାର ଟପିଛି। ଏହା ଗଞ୍ଜାମ ଜିଲ୍ଲା ପାଇଁ ଏକପ୍ରକାର ଚିନ୍ତାର କାରଣ ପାଲଟିଛି। ଏପରିକି ରାଜ୍ୟର ୧୦ଟି ଜିଲ୍ଲାରେ ଦୁଇ ଶହରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚଳିତମାସ ଓ ଆସନ୍ତା ଜୁଲାଇ ମାସରେ ସଂକ୍ରମଣ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଥିବାରୁ ଓଡ଼ିଶା ପାଇଁ ଏହା ଏକପ୍ରକାର ସତର୍କ ଘଣ୍ଟି ବୋଲି କୁହାଯାଉଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୭ଟି ଜିଲ୍ଲାରୁ ୨୮୨ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୭୬, ଗଞ୍ଜାମରେ ୭୫, ଖୋର୍ଧା ୨୬, ଝାରସୁଗୁଡ଼ା ୨୩, କନ୍ଧମାଳ ୧୭, ସମ୍ବଲପୁର ୧୩, ଜଗତସିଂହପୁର ୧୧, ପୁରୀ ୯, ଏନ୍‌ଡିଆରଫ୍‌ ୮, ମୟୂରଭଞ୍ଜ ଓ ଯାଜପୁରରୁ ୬ଜଣ ଲେଖାଏ, କଟକ ୪, ବାଲେଶ୍ବର ୩, କୋରାପୁଟ, ଅନୁଗୁଳ, ନୟାଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮୨ ରୋଗୀଙ୍କ ମଧ୍ୟରୁ ୨୫୬ଜଣ ସଙ୍ଗରୋଧରୁ ଓ ୨୬ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

kdvr.com

ଗଞ୍ଜାମ ବାଦ୍ ଅନ୍ୟ ସର୍ବାଧିକ ଜିଲ୍ଲା ଗୁଡ଼ିକ ମଧ୍ୟରେ ଖୋର୍ଧା ୬୮୮, କଟକ ୪୯୯, ଯାଜପୁର ୩୯୩, ଗଜପତି ୩୫୫, ବାଲେଶ୍ବର ୩୨୩, ଜଗତସିଂହପୁର ୨୩୯, ପୁରୀ ୨୨୪, କେନ୍ଦ୍ରାପଡ଼ା ୨୨୦, ଭଦ୍ରକ ୨ଶହ, କନ୍ଧମାଳ ୧୭୬, ମୟୂରଭଞ୍ଜ ୧୬୫, ସୁନ୍ଦରଗଡ଼ ୧୬୪, ବଲାଙ୍ଗୀର ୧୫୪, ନୟାଗଡ଼ ୧୩୨ ଓ କେନ୍ଦୁଝର ୧୦୦ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୯୩ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଗଜପତି ୨୫୭, ଖୋର୍ଧା ୨୨୭, ବାଲେଶ୍ବର ୧୦୭ଜଣ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଞ୍ଚିଛି।

ଅପରପକ୍ଷରେ ଆଜି ୧୩୫ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମର ୪୯, ଖୋର୍ଧା ୧୯, କଳାହାଣ୍ଡି ୧୬, ଜଗତସିଂହପୁର ୧୪, ବାଲେଶ୍ବର ୭, କଟକ ୬, ଅନୁଗୁଳ, ଯାଜପୁର ଓ ପୁରୀରୁ ୪ଜଣ ଲେଖାଏ, ସୁନ୍ଦରଗଡ଼ ୩, କେନ୍ଦୁଝର ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ, ବରଗଡ଼, ଭଦ୍ରକ, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୪୧୨୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୦୫ ରହିଛି। ଏହାସହ ୧୬୬୮ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ପୃଥକବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର