ଭୁବନେଶ୍ବର : ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ୫ଶହ ଉପରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୧୦ ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଖୋର୍ଧା ଓ କଟକ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି। ଅନ୍ୟ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଏହି ଦୁଇ ଜିଲ୍ଲାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୯୭, କଟକ ୭୮, ବାଲେଶ୍ବର ୩୩, ଜଗତସିଂହପୁର-ଯାଜପୁର ୨୨ ଲେଖାଏଁ, ପୁରୀ ୨୦, ମୟୂରଭଞ୍ଜ ୧୪, ଗଞ୍ଜାମ ୧୨ ଓ ଷ୍ଟେଟ୍ ପୁଲରୁ ୪୭ଜଣଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୦ହଜାର ୭୫୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ସୋନପୁରରୁ ୨, ନୟାଗଡ଼, କଟକ, ବୌଦ୍ଧ, ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୮୧୪୧ରେ ପହଞ୍ଚିଛି। ଆଜି ୬ଶହ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ମୃ୍ତକଙ୍କ ସଂଖ୍ୟା ୪୮୯୪କୁ ଖସି ଆସିଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୭ହଜାର ୬୬୬କୁ ବୃଦ୍ଧି ପାଇଛି।
କୋଭିଡ୍ ଡ୍ୟାସ୍ବୋର୍ଡରେ ମନଇଚ୍ଛା ଅପଡେଟ୍
ରାଜ୍ୟରେ କରୋନା ସଂପର୍କିତ ସମସ୍ତ ତଥ୍ୟ ପାଇଁ ରାଜ୍ୟ ସରକାର ଓଡ଼ିଶା କୋଭିଡ୍ ଡ୍ୟାସ୍ବୋର୍ଡ ପ୍ରତିଷ୍ଠା କରିଛନ୍ତି। ହେଲେ ଅଧିକାଂଶ ସମୟରେ ଏଥିରେ ମନଇଚ୍ଛା ଅପଡେଟ୍ କରାଯାଉଛି। ଆଜି ରାଜ୍ୟରେ ୬ଶହ କୋଭିଡ୍ ରୋଗୀ ସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୪୨ କମିଥିବା ଦର୍ଶାଯାଇଛି। ହେଲେ ୬ଶହକୁ ହିସାବ କରି ଚିକିତ୍ସାଧୀନ ରୋଗୀଙ୍କ ହ୍ରାସ ସଂଖ୍ୟା ଅପଡେଟ୍ ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ହୋଇନାହିଁ।