ଭୁବନେଶ୍ବର : ରାଜ୍ୟରେ କରୋନା ତୃତୀୟ ଲହର ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସବୁ ଜିଲ୍ଲାରୁ ଶହେ ତଳେ ରହିଛି। ଏପରିକି ୧୮ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ତଳେ ଦେଖିବାକୁ ମିଳିଛି। ଜାନୁଆରି ପହିଲାରେ ଦୈନିକ ସଂକ୍ରମଣ ୪ଶହ ତଳେ ରହିଥିଲା। ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟା କମି ଆସିଥିବା ବେଳେ ପଛୁଆ କୋଭିଡ ମୃତ୍ୟୁ ଘୋଷଣା ନେଇ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।
ଲଗାତାର ପଞ୍ଚମ ଦିନ ଲାଗି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ତଳେ ରହିଛି। ଏପରିକି ସୁନ୍ଦରଗଡ଼, ଖୋର୍ଧା ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ସଂଖ୍ୟାରେ ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ସୁନ୍ଦରଗଡ଼ରୁ ୩୯, ଖୋର୍ଧା ୩୨, ଗଜପି ୨୯, ସମ୍ବଲପୁର ୨୪, କଟକ-ଯାଜପୁର ୨୦, କେନ୍ଦ୍ରାପଡ଼ା ୧୬, ବାଲେଶ୍ବର, ମୟୂରଭଞ୍ଜରୁ ୧୪ ଲେଖାଏ ଓ ଷ୍ଟେଟ ପୁଲରୁ ୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୩ହଜାର ୬୩୯କୁ ବୃଦ୍ଧି ପାଇଛି। ଆଉ ୯ଜଣ କୋଭିଡରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଯାହାଫଳରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୯୦୪୫କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଆଜି ୭୯୭ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୫୨୩କୁ ଖସି ଆସିଛି। ଅନ୍ୟପଟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୭୧ହଜାର ୧୮କୁ ବୃଦ୍ଧି ପାଇଛି।