ଭୁବନେଶ୍ବର : ରାଜ୍ୟରେ ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ହଠାତ୍ ୫୦ ଟପିଯାଇଛି। ଶନିବାର ସାରା ରାଜ୍ୟରେ ୧୧୭୧୯ଜଣଙ୍କର ନମୂନା ସଂଗ୍ରହ ହୋଇଥିବାବେଳେ ୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମେ ୮ରେ ରାଜ୍ୟରେ ସର୍ବାଧିକ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଉକ୍ତ ଦିନ ବି ହଠାତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ସଂକ୍ରମଣ କମିଥିଲା। କିନ୍ତୁ ଏବେ ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଓଡ଼ିଶାରେ ଚତୁର୍ଥ ଲହର ଆରମ୍ଭ ହେଲା କି ? ଏହି ଭୟ ସୃଷ୍ଟି ହୋଇଛି। ଗତ ୪ଦିନରେ ରାଜ୍ୟରେ ୧୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ହଠାତ୍ ୫୧ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଛି। ଆଜି ୧୮ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ରେ ପହଞ୍ଚିଛି।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରବିବାର ଦିନ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ଜଣ, ବାଲେଶ୍ବରରୁ ୪, ବୌଦ୍ଧରୁ ୧, କଟକରୁ ୩, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୨, ଝାରସୁଗୁଡ଼ାରୁ ଜଣେ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୨, ନୂଆପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Covid-kerala-3.jpg)