ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢ଼ିବାରେ ଲାଗିଛି। ଗତ ୫ଦିନ ମଧ୍ୟରେ ୪ଦିନ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ଗତ ତିନି ମାସର ରେକର୍ଡ ଭାଙ୍ଗିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ମେ ୮ରେ ହଠାତ୍ ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ଥିଲା। ଏହା ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିଲା ଏବଂ ପରେ ବି କମି ଯାଇଥିଲା। କିନ୍ତୁ ଗତ ଏକ ସପ୍ତାହ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଆଜି ୭୩ଜଣ ଅାକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବୁଧବାର ୧୪୩୬୧ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବଢ଼ିବା ସହ ଟିପିଆର୍ ବଢ଼ି ୦.୫୧%ରେ ପହଞ୍ଚିଛି। ଆଜି ଖୋର୍ଦ୍ଧାରୁ ୪୧ଜଣ, ପୁରୀ ଓ ନୂଆପଡ଼ାରୁ ୬ଜଣ ଲେଖାଏଁ, କଟକରୁ ୪, ସୁନ୍ଦରଗଡ଼ରୁ ୩, କେନ୍ଦ୍ରାପଡ଼ା, ବଲାଙ୍ଗୀର, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ମୋଟ୍ ୭୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ୧୮ବର୍ଷରୁ କମ୍।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ୩୩୦ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ଆଜି ୨୪ଜଣ ସୁସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/covid-test.jpg)