ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଖୁବଶୀଘ୍ର ତଳମୁହାଁ ହେବ। ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର। ଡା.ମିଶ୍ର କହିଛନ୍ତି ଯେ ଦେଶରେ ସଂକ୍ରମଣ ବଢୁଛି। ରାଜ୍ୟରେ ବି ୫୦୦-୬୦୦ ଭିତରେ ରହୁଛି ଦୈନିକ ସଂକ୍ରମଣ। କରୋନାର ପ୍ରଥମ ଲହର ଆଉ ବର୍ତ୍ତମାନ ଭିତରେ ବହୁତ ଫରକ ରହିଛି। ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହେଉଥିଲେ। ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟା ୩ହଜାରରୁ ଅଧିକ ଥିଲେ ହେଁ ହାତଗଣତି ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଏହାର ଅର୍ଥ ଅଧିକାଂଶ ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନାହିଁ। ଆଉ ଯେଉଁମାନଙ୍କର ଲକ୍ଷଣ ରହିଛି, ସେମାନେ ଗୁରୁତର ହେଉ ନାହାନ୍ତି କିମ୍ବା ହସ୍ପିଟାଲ ଯାଉନାହାନ୍ତି। କେବଳ ଜଟିଳ ରୋଗରେ ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲର ଆବଶ୍ୟକତା ରହୁଛି। ରାଜ୍ୟରେ ଏବେ କରୋନାର ଓମିକ୍ରନ ପ୍ରଜାତି ରହିଛି। ଗତ ୪ ମାସ ହେବ ଡେଲଟାର ଉପସ୍ଥିତି ଦେଖିବାକୁ ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଲଟା ପ୍ରଜାତି ପରି ଭୟଙ୍କର ଅନ୍ୟ କୌଣସି ପ୍ରଜାତି ଚିହ୍ନଟ ହୋଇନାହିଁ।
/sambad/media/post_attachments/wp-content/uploads/2022/07/dr-bijaya-300x285.jpg)
ଯେଉଁମାନଙ୍କର କରୋନାର ଲକ୍ଷଣ ରହିଛି ସେମାନେ ପରୀକ୍ଷା କରି ନିଜକୁ ପୃଥକବାସରେ ରଖନ୍ତୁ। ରାଜ୍ୟର ଏବେ ସଂକ୍ରମଣ କିଛି ପରିମାଣରେ ବଢ଼ିବ, ମାତ୍ର ପୂର୍ବଭଳି ଭୟଙ୍କର ହେବନାହିଁ। ଯାହା ଅନୁମାନ କରାଯାଉଛି, ଏହା ବେଶି ଦିନ ରହିବ ନାହିଁ। ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ଲାଗି ଅଧିକ ଟଙ୍କା ନିଆଯାଉଥିବା ପ୍ରଶ୍ନର ଉତ୍ତରରେ ଡା. ମିଶ୍ର କହିଛନ୍ତି ଯେ ସରକାରୀ ବ୍ୟବସ୍ଥାରେ ମାଗଣାରେ କୋଭିଡ ପରୀକ୍ଷା ହେଉଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମାଗଣା ଟେଷ୍ଟିଂ, ଟ୍ରିଟ୍ମେଣ୍ଟ ବ୍ୟବସ୍ଥା କରାଯାଇଛି। ଲୋକମାନେ ଘରୋଇ ହସ୍ପିଟାଲକୁ ପରୀକ୍ଷା ପାଇଁ କାହିଁକି ଯାଉଛନ୍ତି ବୋଲି ସେ କହିଛନ୍ତି।
ଅପରପକ୍ଷରେ ରାଜ୍ୟରେ କ୍ରମାଗତ ତୃତୀୟ ଦିନ ଲାଗି ଦୈନିକ ସଂକ୍ରମଣ ୫ଶହ ଉପରେ ରହିଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୩,୪୬୨ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୫୭୨ ଆକ୍ରାନ୍ତ ବାହାରିଛନ୍ତି। ସଂକ୍ରମଣ ହାର ବା ଟିପିଆର ୪.୨୫ ପ୍ରତିଶତ ରହିଛି। ଖୋର୍ଧା ଜିଲ୍ଲାରେ ଟିପିଆର ୧୧.୨, କଟକ ୯.୪, ସମ୍ବଲପୁର ୯.୯ ଓ ସୁନ୍ଦରଗଡ଼ ୮.୪ ପ୍ରତିଶତ ରହିଛି। ଏପରିକି ପୁରୀ ଜିଲ୍ଲାରେ ମଧ୍ୟ ଏହା ୬.୪ ପ୍ରତିଶତ ଦେଖିବାକୁ ମିଳିଛି। ରାଜ୍ୟରେ ସଂକ୍ରମଣ ବଢ଼ିଥିଲେ ବି ନୂଆ କରୋନା ମୃତ୍ୟୁ ଘୋଷଣା ହୋଇନାହିଁ। ଆଜି ରାଜ୍ୟରେ ୩୨୯ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୩୦୩୧ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/covid-v.jpg)