ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାର ଉପରେ ସ୍ଥିର ରହିଛି। ୩୦ ଜିଲ୍ଲାକୁ ସଂକ୍ରମଣ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ତାଲିକାରେ ଅନ୍ୟ ଜିଲ୍ଲାକୁ ପଛରେ ପକାଇଛି ସୁନ୍ଦରଗଡ଼। ଖୋର୍ଧା ପରେ ଚଳିତ ଚତୁର୍ଥ ଲହରର ହଟ୍ସ୍ପଟ୍ ପାଲଟିଛି ସୁନ୍ଦରଗଡ଼ ଜିଲ୍ଲା। ଓଡ଼ିଶାକୁ ଲାଗିଥିବା ରାଜ୍ୟଗୁଡ଼ିକରେ ସଂକ୍ରମଣ ଜାରି ରହିଥିବା କାରଣରୁ ପାଶ୍ବବର୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢ଼ୁଥିବା କୁହାଯାଉଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୯୫ଜଣ କେବଳ ପିଲା ରହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫୯, ଖୋର୍ଧା ୧୫୮, ସମ୍ବଲପୁର ୮୮, କଟକ ୫୨, ମୟୂରଭଞ୍ଜ ୭୧, କଳାହାଣ୍ଡି ୨୮, ସୋନପୁର ୨୬ ଓ ଷ୍ଟେଟ୍ ପୁଲରୁ ୩୫ଜଣ ଆକ୍ରାନ୍ତ ବାହାରିଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩,୧୧,୧୩୫କୁ ବୃଦ୍ଧି ପାଇଛି। ଚଳିତ ଲହରରେ ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଉ ଜଣେ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧୩୮କୁ ବୃଦ୍ଧି ପାଇଛି।
ରାଜ୍ୟରେ ଶୁକ୍ରବାର ଦିନ ୧୧୩୬ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ୫୭୫୧ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧାରେ ୧୨୦୯ ଓ ସୁନ୍ଦରଗଡ଼ରେ ୧୧୮୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି।