ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟାରେ ଖୋର୍ଧାକୁ ଟପିଲା ସୁନ୍ଦରଗଡ଼

ଭୁବନେଶ୍ବର : ରାଜ୍ୟରେ କ୍ରମାଗତଭାବେ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଜାରି ରହିଛି। ଫଳରେ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଖୋର୍ଧାକୁ ଟପି ଯାଇଛି। ସୁନ୍ଦରଗଡ଼ରେ ଏବେ ୧୪୦୪ ଜଣ ଚିକିତ୍ସାଧୀନ ରୋଗୀ ଥିବା ବେଳେ ଖୋର୍ଧାରେ ୧୦୯୩ଜଣ ରହିଛନ୍ତି। ରାଜ୍ୟରେ ସମୁଦାୟଭାବେ ୫୮୭୬ଜଣ ଚିକିତ୍ସାଧୀନ ରୋଗୀ ଅଛନ୍ତି।

ରବିବାର ପାଇଁ ରାଜ୍ୟରେ କରୋନା ନମୁନା ପରୀକ୍ଷା ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮,୪୭୫ ନମୁନା ପରୀକ୍ଷା ହୋଇଥିବା ବେଳେ ୭୯୭ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୧୭୬, ଖୋର୍ଧା ୧୧୩, ମୟୂରଭଞ୍ଜ ୬୭, ସମ୍ବଲପୁର ୬୬, ବୌଦ୍ଧ ୩୮, କଳାହାଣ୍ଡି ୩୭, ବଲାଙ୍ଗୀର ୨୮, ବରଗଡ଼ ୩୦ ଓ ଷ୍ଟେଟ୍‌ ପୁଲରୁ ୨୭ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩,୧୩,୯୪୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ଜଣେ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୯୧୪୧କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୮୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨,୯୮,୮୭୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର