ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ୩ ହଜାର ପାର୍

ଦିନକରେ ୩୧୪୪ ପଜିଟିଭ୍, ୧୬ ମୃତ, ସୁସ୍ଥ ‌ହେଲେ ୩୩୧୨ ରୋଗୀ

ଭୁବନେଶ୍ୱର : ୩ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ସଂଖ୍ୟା ପାର୍ କରିଛି। ଗତ ୨୪ଘଣ୍ଟାରେ ୪୯,୯୦୯ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୩୧୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୬ ପ୍ରତିଶତ ଉପରେ ରହିଛି। ଗତ କିଛିଦିନ ହେବ କୋଭିଡ୍‌ ପରୀକ୍ଷା କମ୍ ହେଉଥିବାରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୪ହଜାର ୧୪୨କୁ ବୃଦ୍ଧି ପାଇଛି। କେବଳ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହୋଇନାହିଁ, ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ଖୋର୍ଧାରେ ପୁଣିଥରେ ଦିନକୁ ୫ଶହ ସଂକ୍ରମଣ ଧାରାକୁ ଫେରି ଆସିଛି। ଲଗାତାର ଦୁଇଦିନ ଲାଗି ଖୋର୍ଧାରେ ୫ଶହରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଯାହାଫଳରେ ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୨ ହଜାର ୨୮୦‌ରେ ପହଞ୍ଚିଯାଇଛି। ଯାହାକି ସମୁଦାୟ ସଂକ୍ରମଣର ୧୭ ପ୍ରତିଶତ।

ଅପରପକ୍ଷରେ ରାଜ୍ୟରେ ଆଜି ୧୬ଜଣ କୋରାନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଏଥିରେ ବାଲେଶ୍ବର ଓ ଭୁବନେଶ୍ବରରୁ ୪ଜଣ ଲେଖାଏଁ ମୃତକ ରହିଛନ୍ତି। ଏହାସହ କଳାହାଣ୍ଡି, ମୟୂରଭଞ୍ଜ ଓ ନୟାଗଡ଼ରୁ ୨ଜଣ ଲେଖାଏଁ, ସୁନ୍ଦରଗଡ଼, ଝାରସୁଗୁଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳ‌ରେ ରାଜ୍ୟରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ୯୭୪ରେ ପହଞ୍ଚିଛି। ଏଥିରେ ଗଞ୍ଜାମରୁ ସର୍ବାଧିକ ୨୨୧, ଖୋର୍ଧା ୧୫୯, କଟକ ୮୨, ପୁରୀ ୬୫, ବାଲେଶ୍ବର ୪୭, ସୁନ୍ଦରଗଡ଼ ୪୪, ରାୟଗଡ଼ା ୩୯, ନୟାଗଡ଼ ୩୪, ମୟୂରଭଞ୍ଜ ୨୮, ସମ୍ବଲପୁର, କନ୍ଧମାଳ ଓ ବଲାଙ୍ଗୀରରୁ ୨୪ ଲେଖାଏଁ, ଗଜପତିରେ ୨୩ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧାରୁ ୫୬୨ ରୋଗୀଙ୍କ ବାଦ୍ କଟକ ୨୪୩ ପଜିଟିଭ୍‌ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୫୩୨ରେ ପହଞ୍ଚିଛି। ସେହିପରି ପୁରୀରେ ୧୨୨ ରୋଗୀ ଚିହ୍ନଟ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୦୬୩କୁ ବୃଦ୍ଧି ପାଇଛି। ଏହାବାଦ୍ ସମ୍ବଲପୁର ୧୩୬, ଷ୍ଟେଟ୍‌ ପୁଲ ୧୩୦, ଅନୁଗୁଳ ୧୨୮, କଳାହାଣ୍ଡି ୧୨୪, କନ୍ଧମାଳ ୧୧୬, ମୟୂରଭଞ୍ଜ ୧୧୫, ନୂଆପଡ଼ା ୧୧୪, ନବରଙ୍ଗପୁର ୧୦୭, ସୁନ୍ଦରଗଡ଼ ୧୦୫, ଯାଜପୁର ଓ ଭଦ୍ରକରେ ୧୦୧, ବରଗଡ଼ ୯୪, ସୋନପୁର ଓ ବଲାଙ୍ଗୀର ୮୬ ଲେଖାଏଁ, ଝାରସୁଗୁଡ଼ା ୮୩, ଢେଙ୍କାନାଳ ୭୩, କେନ୍ଦ୍ରାପଡ଼ା ୮୨, ଜଗତସିଂହପୁର ୭୭, ବାଲେଶ୍ବର ୭୨, କେନ୍ଦୁଝର ୬୩, ନୟାଗଡ଼ ୫୮, ଗଞ୍ଜାମ ୩୮, କୋରାପୁଟ ୩୭, ରାୟଗଡ଼ା ୨୯, ମାଲକାନଗିରି ୨୮, ଦେବଗଡ଼ ୨୪ ଓ ଗଜପତିରେ ୯ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁର ଓ ମୟୂରଭଞ୍ଜରେ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ନିକଟତର ହୋଇଛି। ଦିନକରେ ଚିହ୍ନଟ ୩୧୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୫ଜଣ ସଙ୍ଗରୋଧରୁ ଓ ୧୩୧୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ରାଜ୍ୟରେ ଆଜି ୩୩୧୨ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୧୬ହଜାର ୯୮୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬,୧୩୧କୁ ଖସି ଆସିଛି। ଦେଶରେ ଚିକିତ୍ସାଧୀନ ରାଜ୍ୟ ତାଲିକାରେ ଓଡ଼ିଶା ଅଷ୍ଟମ ସ୍ଥାନକୁ ଖସି ଆସିଛି। ଖୋର୍ଧାରୁ ଆଜି ୬୫୮ ରୋଗୀ ସୁସ୍ଥ ହୋଇଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୮୩୫କୁ ଖସିଛି। ଏହବାଦ୍ କଟକ ୨୬୨, ବାଲେଶ୍ବର ୧୫୩, ନୂଆପଡ଼ା ୧୫୧, ଝାରସୁଗୁଡ଼ା ୧୨୮, ମୟୂରଭଞ୍ଜ ୧୨୧, କେନ୍ଦୁଝର ୧୧୭, ଅନୁଗୁଳ ୧୧୨, ବଲାଙ୍ଗୀର ୧୦୯, ମାଲକାନଗିରି ୧୦୩, ସମ୍ବଲପୁର ୯୮, କେନ୍ଦ୍ରାପଡ଼ା ୮୮, ପୁରୀ ୮୫, କନ୍ଧମାଳ ୮୩, ନବରଙ୍ଗପୁର ୮୧, କୋରାପୁଟ ଓ ନୟାଗଡ଼ରୁ ୬୯ ଲେଖାଏଁ, ଢେଙ୍କାନାଳ ୬୮, ଜଗତସିଂହପୁର ୬୪, ସୁନ୍ଦରଗଡ଼ ୬୩, ଭଦ୍ରକ ୬୨, ବରଗଡ଼ ୬୧, ଯାଜପୁର ୫୮, କଳାହାଣ୍ଡି ୫୩, ସୋନପୁର ୪୮, ଗଞ୍ଜାମ ୪୭, ବୌଦ୍ଧ ୩୯, ରାୟଗଡ଼ା ୩୪, ଗଜପତି ୧୬, ଦେବଗଡ଼ ୧୨ ଓ ଷ୍ଟେଟ୍‌ ପୁଲ୍‌ରୁ ୨ଶହ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର