କଟକ : ଏସ୍ସିବି ସେଣ୍ଟ୍ରାଲ ଆଇସିୟୁରେ ତାଲା ଝୁଲିଛି। ଗୋଟିଏ ଦିନରେ ଆଇସିୟୁରେ କାର୍ଯ୍ୟରତ ୧୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ବିଭିନ୍ନ ଆଇସିୟୁ ଓ ବିଭାଗକୁ ସ୍ଥାନାନ୍ତରିତ କରାଯିବା ସହ ଆଇସିୟୁକୁ ବନ୍ଦ କରି ଦିଆଯାଇଛି। ସେହିପରି ଅସ୍ଥିଶଲ୍ୟ ବିଭାଗର ଗୋଟିଏ ବ୍ଲକ୍ରୁ ଗୋଟିଏ ଦିନରେ ୨୪ଜଣ ରୋଗୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
ଆଇସିୟୁରୁ ଜଣେ ସଂକ୍ରମିତ ଚିହ୍ନଟ ହେବାପରେ ସେହି ଗୁରୁତର ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ପୂର୍ବରୁ ୬ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଆଜି ପୁଣି ୧୨ଜଣ ସେବିକା ଓ ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଣ୍ଟ୍ରାଲ ଆଇସିୟୁର ୨୦ଜଣ ସଂକ୍ରମିତ ହୋଇଥିବାବେଳେ ଏଯାଏ କିଛି କର୍ମଚାରୀଙ୍କ ପରୀକ୍ଷା ହୋଇନଥିବା ଜଣାପଡିଛି। ଏସ୍ସିବିର ଜଣେ ବରିଷ୍ଠ ବିଶେଷଜ୍ଞ ସୂଚନା ଅନୁସାରେ, ଆସନ୍ତାକାଲିଠାରୁ ଆଇସିୟୁର ବିଶୋଧନ କରାଯିବା ସହ ସପ୍ତାହେ ଧରି ଆଇସିୟୁ ବନ୍ଦ ରହିବ ବୋଲି ଯୋଜନା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/scb-medical.jpg)