କଟକ ସଂକ୍ରମଣ ଉପରମୁହାଁ : ଗଂଜାମ ପରେ ଖୋର୍ଧାକୁ ବି ଟପିଲା

ଦିନକରେ ୨୯୪୯ ପଜିଟିଭ୍‌
ଆଉ ୧୦ ମୃତ, ମୃତ୍ୟୁ ସଂଖ୍ୟା ୪୧୯
ସୁସ୍ଥତାରେ ସୃଷ୍ଟି ହେଲା ଆଉ ଏକ ରେକର୍ଡ
ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦ହଜାର ଟପିଲା

ଭୁବନେଶ୍ୱର : କଟକରେ କରୋନା ସଂକ୍ରମଣ ଏବେ ଉପରମୁହାଁ। ରାଜ୍ୟର ସର୍ବାଧିକ ପ୍ରଭାବିତ ଗଞ୍ଜାମ ଓ ଖୋର୍ଧା ଜିଲ୍ଲାକୁ ମଧ୍ୟ ଦୈନିକ ସଂକ୍ରମଣରେ ପଛରେ ପକାଇ ଦେଇଛି କଟକ। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୫୮୯ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି, ଯାହାକି ରାଜ୍ୟରେ ସର୍ବାଧିକ। ଗଞ୍ଜାମରେ କିଛି ଦିନ ହେବ ସଂକ୍ରମଣ ନିମ୍ନଗାମୀ ହୋଇଥିବା ଲକ୍ଷ୍ୟ କରାଯାଇଛି। ହେଲେ ଖୋର୍ଧା ଓ କଟକ ଜିଲ୍ଲାରେ ଏହା ଦ୍ରୁତି ଗତିରେ ବଢ଼ୁଛି। ବିଶେଷକରି ଏସ୍‌ସିବି ମେଡିକାଲ ହଟ୍‌ସ୍ପଟ୍‌ ପାଲଟିଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦ ହଜାର ୯୦୯ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଏଥିରେ ୭୪୯୦ ଆର୍‌ଟି-ପିସିଆର୍‌ ଓ ୫୩ ହଜାର ୨୯୫ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ହୋଇଛି। ଏହି ନମୁନାରୁ ୨୯୪୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୮ଟି ଜିଲ୍ଲାରେ ଶହେରୁ ଅଧିକ ରୋଗୀ ରହିଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୪୭୯‌ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮୨୬ ସଙ୍ଗରୋଧରୁ ଓ ୧୧୨୩ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। କଟକ ୫୮୯କୁ ବାଦ୍ ଦ‌େଲେ ଖୋର୍ଧା ୪୭୪, ଯାଜପୁର ୨୧୫, କୋରାପୁଟ ୧୮୧, ଗଞ୍ଜାମ ୧୭୯, ମୟୂରଭଞ୍ଜ ୧୫୬, ରାୟଗଡ଼ା ୧୪୩ ଓ ସମ୍ବଲପୁରରେ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ନୟାଗଡ଼ ୯୩, ବାଲେଶ୍ବର ୮୮, ପୁରୀ ୮୬, ସୁନ୍ଦରଗଡ଼ ୮୧, ମାଲକାନଗିରି ୭୮, ଭଦ୍ରକ ୬୬, ବରଗଡ଼ ୬୨, ବଲାଙ୍ଗୀର ୫୭, କେନ୍ଦ୍ରାପଡ଼ା ୫୬, ଜଗତସିଂହପୁର ୫୧, କନ୍ଧମାଳ ୩୪, କେନ୍ଦୁଝର ୩୦, ନବରଙ୍ଗପୁର ଓ ସୋନପୁର ୨୬ ଲେଖାଏଁ, ଢେଙ୍କାନାଳ ୧୩, ଗଜପତି ଓ ବୌଦ୍ଧରୁ ୩ଜଣ ଲେଖାଏଁ, ନୂଆପଡ଼ା ଓ ଦେବଗଡ଼ରୁ ୨ଜଣ ଲେଖାଏଁ ଓ ଅନୁଗୁଳର ଜଣେ ରୋଗୀ ରହିଛନ୍ତି। ରାଜ୍ୟର ସର୍ବାଧିକ ୧୬୫୨୮ ଆକ୍ରାନ୍ତ ଗଞ୍ଜାମରେ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧାରେ ୧୨୩୬୮, କଟକ ୫୯୨୧, ସୁନ୍ଦରଗଡ଼ ୩୮୮୯, ରାୟଗଡ଼ା ୩୨୪୩, ବାଲେଶ୍ବର ୨୯୪୮, ଯାଜପୁର ୨୯୧୫, କୋରାପୁଟ ୨୭୨୦, ପୁରୀ ୨୬୭୭, ଗଜପତି ୨୬୫୪, ନୟାଗଡ଼ ୨୨୮୭, ମୟୂରଞ୍ଜ ୨୨୭୭, ଭଦ୍ରକ ୨୧୬୪ ଓ ସମ୍ବଲପୁରରେ ୨୧୦୮ ଆକ୍ରାନ୍ତ ରହିଛନ୍ତି।

ରାଜ୍ୟରେ ଆଉ ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ସର୍ବାଧିକ ୫ଜଣ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି। ଗଞ୍ଜାମର ୭୦ବର୍ଷ, ୬୦ବର୍ଷ, ୬୩ବର୍ଷ, ୬୦ବର୍ଷର ପୁରୁଷ ଓ ୬୮ବର୍ଷର ମହିଳା ଥିବା ବେଳେ କଟକର ୬୫ବର୍ଷର ପୁରୁଷ ଓ ନୟାଗଡ଼ର ୬୫ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। ଏହାସହ ରାୟଗଡ଼ାର ୫୫ ବର୍ଷର ପୁରୁଷ, ନୟାଗଡ଼ର ୬୫ ବର୍ଷର ପୁରୁଷ, ସୁନ୍ଦରଗଡ଼ର ୬୫ ଓ ୬୭ବର୍ଷର ପୁରୁଷ କରୋନା‌ରେ ପ୍ରାଣ ହରାଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୧୯ରେ ପହଞ୍ଚିଛି। ଅଣ କରୋନା ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିର ରହିଛି।

ରାଜ୍ୟରେ ସର୍ବାଧିକ କରୋନା ମୃତ୍ୟୁ ଗଞ୍ଜାମରେ ହୋଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୭୯ଜଣ ପ୍ରାଣ ହରାଇ ସାରିଲେଣି। ଜିଲ୍ଲାରେ ସଂକ୍ରମଣ କମିଥିଲେ ହେଁ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ି ବଢ଼ି ଚାଲିଛି। ଏହାବାଦ୍ ଖୋର୍ଧାରେ ୫୪, ସୁନ୍ଦରଗଡ଼ ୨୮, କଟକ ୨୫, ରାୟଗଡ଼ା ୨୧, ଗଜପତି ୧୭, ନୟାଗଡ଼ ୧୨ ଓ ପୁରୀରେ ୧୦ଜଣଙ୍କ ମୃତ୍ୟୁକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଏହା ଦୁଇ ଅଙ୍କ ଛୁଇଁନାହିଁ। ରାଜ୍ୟର ସମୁଦାୟ ୨୭ଟି ଜିଲ୍ଲାରେ କରୋନା ମୃତ୍ୟୁ ହୋଇଛି।

ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥରେ ପ୍ରତ୍ୟେକ ଦିନ ନୂଆ ରେକର୍ଡ ସୃଷ୍ଟି ହେଉଛି। ଗତକାଲି ୨୧୧୯ଜଣ ସୁସ୍ଥ ହୋଇଥିବା ବେଳେ ଆଜି ରାଜ୍ୟରେ ୨୫୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦୁଇ ଦିନରେ ୪୬୪୮ ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ବାଲେଶ୍ବରରୁ ୨୭୬, ଗଞ୍ଜାମ ୨୩୭, କଟକ ୧୫୨, ରାୟଗଡ଼ା ୧୪୪, ଭଦ୍ରକ ୧୪୦, ସୁନ୍ଦରଗଡ଼ ୧୩୮, କୋରାପୁଟ ୯୮, ପୁରୀ ୯୭, ନୟାଗଡ଼ ୯୬, ବଲାଙ୍ଗୀର ୮୫, ଢେଙ୍କାନାଳ ୬୧, କନ୍ଧମାଳ ୬୦, ସମ୍ବଲପୁର ୫୯, ଯାଜପୁର ୫୮, ମୟୂରଭଞ୍ଜ ୫୪, ବରଗଡ଼ ଓ ଜଗତସିଂହପୁର ୫୩ ଲେଖାଏଁ, ମାଲକାନାଗିରି ୫୨, ଯାଜପୁର ୪୨, ନବରଙ୍ଗପୁର ୩୧, କଳାହାଣ୍ଡି ୨୩, କେନ୍ଦ୍ରାପଡ଼ା ୨୨, ଦେବଗଡ଼୧୯, ଝାରସୁଗୁଡ଼ା ୧୮, ଅନୁଗୁଳ ୩ ଓ ବୌଦ୍ଧରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସୁଦ୍ଧା ୫୬୯୨୫ ରୋଗୀ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧିତ ଖବର