ମୟୂରଭଞ୍ଜ ଜିଲ୍ଲାରେ ଶହେ ତଳକୁ ଖସୁନି କରୋନା ସଂକ୍ରମଣ

ନୂଆ ୧୦୭ ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୬ ହଜାର ୪୩୬କୁ ବୃଦ୍ଧି

୫ହଜାର ଅତିକ୍ରମ କଲା ସୁସ୍ଥ ସଂଖ୍ୟା, ବଢ଼ୁଛି ମୃତ୍ୟୁ ସଂଖ୍ୟା
ବାରିପଦା ପୌରପରିଷଦରେ ଶୀର୍ଷରେ କରୋନା ମିଟର

ବାରିପଦା : ଜିଲ୍ଲାରେ ଶହେ ତଳକୁ ଖସୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ନୂତନ ୧୦୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ଭୁବନେଶ୍ୱରରେ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୩୬କୁ ବୃଦ୍ଧି ପାଇଛି । ତେବେ ଜିଲ୍ଲାରେ ସଂକ୍ରମଣର ଶୀର୍ଷରେ ରହିଛି ବାରିପଦା ପୌରପରିଷଦ। ଏଠାରେ କରୋନା ମିଟର କ୍ରମଶଃ ଉପରମୁହାଁ ହେବା ଆରମ୍ଭ କରିଛି। କ୍ରମାଗତ ଭାବେ ଜିଲ୍ଲାରୁ ସର୍ବାଧିକ ପଜିଟିଭ କେସ୍ ବାରିପଦା ପୌରପରିଷଦରୁ ହିଁ ଚିହ୍ନଟ ହେଉଛନ୍ତି। ସେହିପରି ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ଆଜି ବାରିପଦା ପୌରପରିଷଦରୁ ସର୍ବାଧିକ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସମୟରେ ବାରିପଦା, କୁଳିଅଣା, ବାଙ୍ଗିରିପୋଷି, ରରୁଁଆ, ଯଶୀପୁର ବ୍ଲକ୍ ଏବଂ କରଞ୍ଜିଆ ଏନଏସିରୁ ଜଣେ ଲେଖାଏଁ, ବଡ଼ସାହି ବ୍ଲକରୁ ୧୦, ବେତନଟୀରୁ ୧୨, ଗୋପବନ୍ଧୁନଗର, କପ୍ତିପଦା ଓ ଠାକୁରମୁଣ୍ଡା, ଉଦଳା ଏନଏସସିରୁ ୩ ଜଣ ଲେଖାଏଁ, କରଞ୍ଜିଆ ବ୍ଲକ୍ରୁ ୨, ଖୁଣ୍ଟାରୁ ୪, ରାଇରଙ୍ଗପୁର ବ୍ଲକ୍ ଓ ପୌରପରିଷଦରୁ ୨, ଶ୍ୟାମାଖୁଣ୍ଟାରୁ ୫ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡ଼ିଛି । ଏଥିସହିତ ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୫ ହଜାର ଅତିକ୍ରମ କରି ୫ହଜାର ୧୮୦ରେ ପହଞ୍ଚିଛି। ସେହିପରି ଆଜିସୁଦ୍ଧା ସକ୍ରିୟଙ୍କ ସଂଖ୍ୟା ୧ ହଜାର ୨୪୦ ରହିଛି। ସେହିପରି ଆଜିସୁଦ୍ଧା ଜିଲ୍ଲାରେ ମୋଟ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର