ଭୁବନେଶ୍ବର : ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ଦୈନିକ କରୋନା ସଂକ୍ରମଣ ୨ଶହ ଉପରେ ରହିଛି। ଦୈନିକ ଟେଷ୍ଟିଂ ବଢ଼ିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହଜାର ମୁହାଁ ହୋଇଛି। ତେବେ ସଂକ୍ରମଣ ବୃଦ୍ଧି ପାଉଥଇବାରୁ ଭୁବନେଶ୍ବର ପରେ କଟକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି।
ରାଜ୍ୟରେ ଗତ ୨୪ଘଣ୍ଟାରେ ୧୫,୬୧୫ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୨୩୧ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୯, କଟକ ୩୫, ବାଲେଶ୍ବର ୧୩, ସୁନ୍ଦରଗଡ଼ ୧୨, ସମ୍ବଲପୁର ୧୦, ନୂଆପଡ଼ା ୮, ସୋନପୁର ୬, ଭଦ୍ରକ, ପୁରୀରୁ ୫ ଲେଖାଏ, ଦେବଗଡ଼ ୩, ଜଗତସିଂହପୁର, ଯାଜପୁରରୁ ୨ ଲେଖାଏ, ରାୟଗଡ଼ା, ମୟୂରଭଞ୍ଜ, ମାଲକାନିଗିରି, କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗୀରରୁ ଜଣେ ଲେଖାଏ ଆକ୍ରାନ୍ତ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୯୦,୧୯୨କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୭୧ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୯୬୪ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ରାଜ୍ୟରେ ସଂକ୍ରମଣ ସତ୍ତ୍ବେ ୪ଜିଲ୍ଲା ଏବେ ବି କୋଭିଡମୁକ୍ତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Covid-19-test-scaled-e1591854650355-696x392-1.jpg)