ରାଜ୍ୟରେ ୯୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କରୋନା ନେଲା ଆଉ ୭ ମୁଣ୍ଡ, ସୁସ୍ଥ ହେଲେ ୨୫୧୦
ଲଗାତାର ଦ୍ବିତୀୟ ଦିନରେ ୩ ହଜାରରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଲଗାତର ଦ୍ବିତୀୟ ଦିନ ପାଇଁ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩୩୮୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ଏହା ସର୍ବାଧିକ। ଗତକାଲି ଏହି ସଂଖ୍ୟା ୩୩୭୧ ଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଟପିଯାଇଛି। ଏହି ସଂଖ୍ୟା ଏବେ ୯୦,୯୮୬ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି। ମୋଟ୍‌ ୬୮,୦୯୦ ନମୁନା ପରୀକ୍ଷା ହୋଇଥିଲା ବେଳେ ତାହା ମଧ୍ୟରୁ ଆଣ୍ଟିଜେନ୍‌ ୬୦,୬୮୬, ଆର୍‌ଟିପିସିଆର୍‌ ୭୨୮୮। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦,୭୧୯ ନମୁନା ପରୀକ୍ଷା ହେ‌ାଇଛି।

କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା ୪୪୮ରେ ପହଞ୍ଚିଛି। ସାତ ଜଣଙ୍କ ମଧ୍ୟରୁ ତିନି ଜଣ ସମ୍ବଲପୁର ଜିଲ୍ଲାର ହୋଇଥିଲା ବେଳେ ବରଗଡ଼ରୁ ୨, ଖୋର୍ଦ୍ଧା ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

୩୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୭ ଆକ୍ରାନ୍ତୁ ଚିହ୍ନଟ ହୋଇଛନ୍ତି। ତାଲିକାର ଦ୍ବିତୀୟରେ ଅଛି କଟକ(୪୯୨) ଓ ତୃତୀୟରେ ରହିଛି ସମ୍ବଲପୁର(୧୮୨)। ଏହା ବାଦ୍ ଗଞ୍ଜାମ ଓ ମୟୂରଭଞ୍ଜରୁ ୧୭୭ ଲେଖାଏ, ଯାଜପୁରରୁ ୧୭୬, ବରଗଡ଼ରୁ ୧୫୭, ରାୟଗଡ଼ା‌ରୁ ୧୫୪, ପୁରୀରୁ ୧୨୧, ବାଲେଶ୍ବରରୁ ୧୧୯, ସୁନ୍ଦରଗଡ଼ରୁ ୧୦୧, ବଲାଙ୍ଗୀରରୁ ୯୯, ଝାରସୁଗୁଡ଼ାରୁ ୯୪, କୋରାପୁଟରୁ ୮୯, ଭଦ୍ରକରୁ ୮୨, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୭୬ ଲେଖାଏ, କେନ୍ଦୁଝରରୁ ୬୩, ଢେଙ୍କାନାଳରୁ ୬୦, କନ୍ଧମାଳରୁ ୫୮, ମାଲକାନଗିରିରୁ ୪୪, ଜଗତସିଂହପୁରରୁ ୪୩, ସୋନପୁରରୁ ୩୭, ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୭, ନୂଆପଡ଼ାରୁ ୧୯, ଦେବଗଡ଼ରୁ ୧୬, ଅନୁଗୁଳରୁ ୧୩, ଗଜପତିରୁ ୯ ଓ ବୌଦ୍ଧରୁ ୫ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

Daily Mail India

ଗତ ୨୪ ଘଣ୍ଟା ମଧ୍ୟରେ ୨୫୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୩୫ ଜଣ ସୁସ୍ଥ ହୋଇଥିଲା ବେଳେ ତାହା ପଛକୁ ରହିଛି ଗଞ୍ଜାମ(୨୫୫) ଓ କଟକ(୨୨୫)। ଏହା ବାଦ୍ ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ବରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡ଼ରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗୀରରୁ ୫୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୪୭, ଭଦ୍ରକରୁ ୪୩, ଝାରସୁଗୁଡ଼ାରୁ ୪୨, ସୋନପୁରରୁ ୩୮, ବରଗଡ଼ରୁ ୩୬, ନୟାଗଡ଼ରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳରୁ ୩୦, କେନ୍ଦୁଝରରୁ ୩୦, କେନ୍ଦ୍ରାପଡ଼ା ଓ ରାୟଗଡ଼ାରୁ ୨୫ ଲେଖାଏ, ଜଗତସିଂହପୁରରୁ ୧୭, ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୫, ଦେବଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର