ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ବୃଦ୍ଧି ପାଇବାରେ ଲାଗିଛି। ହଠାତ୍‌ ଏହି ସଂକ୍ରମଣ ଉଗ୍ର ରୂପ ଧାରଣ କରିବା ସହ ଲଗାତାର ଭାବେ ସପ୍ତମ ଦିନରେ ଜିଲ୍ଲାରୁ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରବିବାର ଜିଲ୍ଲାରୁ ୧୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୯୯ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୭୨୭କୁ ବୃଦ୍ଧି ପାଇଛି।

Advertisment

ଚିହ୍ନଟ ହୋଇଥିବା ୧୯୯ ଜଣଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୧୩୩ ଜଣ ରହିଥିବା ବେଳେ ଅନ୍ୟ ବ୍ଲକଗୁଡ଼ିକରୁ ୬୬ ଜଣ ସଂକ୍ରମିତ ରହିଛନ୍ତି। ଏସ୍‌ଏମ୍‌ସି ଅଧୀନରେ ବୁର୍ଲାରୁ ସର୍ବାଧିକ ୧୮ ଜଣ ସଂକ୍ରମିତ ରହିଥିବା ବେଳେ ବୁଢ଼ାରଜାରୁ ୧୪ ଜଣ, ହିଣ୍ଡାଲ୍‌କୋ ମୁଖ୍ୟ କଲୋନିରୁ ୬ ଜଣ, କ୍ଷେତରାଜପୁର, ହୀରକୁଦ, ଅଇଁଠାପାଲି ଓ ଧନୁପାଲିରୁ ୫ ଜଣ ଲେଖାଏଁ, ଠେମରା, ମାରଵାଡିପଡ଼ା, କୁଲୁଥକାନି, ଗୋପାଲମାଲ ଓ ଚେରୁଆପଡ଼ାରୁ ୩ ଜଣ ଲେଖାଏଁ, ହୀରାକୁଦ, ରେମେଡ, ଫାଟକ, ମୁଦିପଡ଼ା, ଏସଆର୍‌ଆଇଟି କଲୋନି, ଦଳେଇପଡ଼ା, ବହିଦାର ବନ୍ଧ ଓ ଜେଲ୍‌ ଛକରୁ ୨ ଜଣ ଲେଖାଏଁ ଏବଂ ମାଲିପଡ଼ା, ତାଲଭଟାପଡା, ଦଣ୍ଡେଇପାଲି, ହିଣ୍ଡାଲ୍‌କୋ ପାଵାର କଲୋନି, ହିଣ୍ଡାଲ୍‌କୋ ରିଭର ସାଇଡ୍‌ କଲୋନି, ଧନକଉଡ଼ା, ସିଲିପଥର(ଗଡ଼ମୁଣ୍ଡା), ଗେଙ୍ଗୁଟିପାଲି, ଜେଏମ୍‌ କଲୋନି, ସର୍‌ଲାକାନି, ବ୍ରିଜଧାମ ସୋସାଇଟି, ଶିଲା କ୍ଲଥ ଷ୍ଟୋର, ବୁର୍ଲା ଏମ୍‌ସିଏଲ୍‌, ରାଳ ନଗର, ଗୋଲବଜାର, ଜଗନ୍ନାଥ କଲୋନି, କୁସୁମି, ମୋତଝରଣ, ଭୁସୁଟ, ସାକ୍ଷୀପଡ଼ା, ବରେଇପାଲି, ଠାକୁରପଡ଼ା, ଅମ୍ବିରନଗର, ବାଲାଜୀ ଗ୍ରିନ, ବିନାଖଣ୍ଡି, ପୋଦ୍ଦାର କଲୋନି, ପାଞ୍ଚଗଚ୍ଛିଆ, ବୈଦନାଥ ଛକ, ଧନକଉଡ଼ା, ଗୋବିନ୍ଦତୋଲା, ଲକ୍ଷ୍ମୀଟକିଜ୍‌, ଜିଲ୍ଲା ସ୍କୁଲ ଛକ, ସିଏସ୍‌ କଲୋନି, ସୁନାପାଲି, ପ୍ରଧାନପଡ଼ା, ବୁର୍ଲା ଭିମ୍‌ସାର୍‌(କୋଭିଡ୍ ଵାରିୟର) ଓ ତେଲିତିଳେଇମାଲରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭଳି ବାମରାରୁ ସର୍ବାଧିକ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୁଚିଣ୍ଡାରୁ ୧୭ ଜଣ, ରେଙ୍ଗାଲିରୁ ୯ ଜଣ, ରେଢ଼ାଖୋଲରୁ ୮ ଜଣ, ଧନକଉଡ଼ାରୁ ୫ ଜଣ, ଜମନକିରାରୁ ୪ ଜଣ, ଯୁଯୁମୁରାରୁ ୨ ଜଣ ଏବଂ ନେକଟିଦେଉଳରୁ ଜଣେ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ରବିବାର ସମ୍ବଲପୁର ଜିଲ୍ଲାରେ ଆଉ ୮୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ୮୨ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଉପରେ ୧୦୪୮୦ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଥିବା ବେଳେ ବର୍ତ୍ତମାନ ୧୧୬୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

କୋଭିଡ୍ ହସ୍ପିଟାଲ୍‌ରେ ଆଉ ୭ ମୃତ
ସମ୍ବଲପୁର : ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ କରୋନା ମୃତ୍ୟୁ ସଂଖ୍ୟା କମିବାର ନାଁ ନେଇନି। ରବିବାର ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହି ୭ ଜଣଙ୍କୁ ମିଶାଇ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୩୧୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାର ୬ ଜଣ ରହିଥିବା ବେଳେ ଛତିଶଗଡ଼ର ଜଣେ(୫୯ ବର୍ଷୀୟା) ରହିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ବରଗଡ଼ରୁ ୨ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ଝାରସୁଗୁଡ଼ା ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ସମ୍ବଲପୁରର ଜଣେ ୯୦ ବର୍ଷୀୟ ଓ ଜଣେ ୩୫ ବର୍ଷୀୟ, ବରଗଡ଼ର ଜଣେ ୩୨ ବର୍ଷୀୟ ଓ ଜଣେ ୪୦ ବର୍ଷୀୟ, ଝାରସୁଗୁଡାର ଜଣେ ୩୮ ବର୍ଷୀୟା ଓ ବଲାଙ୍ଗୀରର ଜଣେ ୪୫ ବର୍ଷୀୟ ରହିଛନ୍ତି। ବର୍ତ୍ତମାନ ବୁର୍ଲା କୋଭିଡ୍ ହସ୍ପିଟାଲରେ ୧୩୭ରୁ ଅଧିକ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।