ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟ ୪,୧୪୭ରେ ପହଞ୍ଚିଲା; ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୬୧୬ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ସ୍ଥାନୀୟ ମାମଲା ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଯାବତ ରାଜ୍ୟରେ ୧୩,୭୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୫୯ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏବେ ବି ୪୮୯୬ଟି କରୋନା ସକ୍ରିୟ ମାମଲା ରହିଛି। ତେବେ ଆସନ୍ତୁ ଜାଣିବା ତାଜା  କେଉଁ ଜିଲ୍ଲାରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜୁଲାଇ ୧୩ ତାରିଖ ଅପରାହ୍ନ ସୁଦ୍ଧା ଅନୁଗୁଳ ଜିଲ୍ଲାରୁ ୧୪୦ଜଣ, ବାଲେଶ୍ୱର ଜିଲ୍ଲାରୁ ୫୪୬ଜଣ, ବରଗଡ଼ ଜିଲ୍ଲାରୁ ୨୦୨ଜଣ, ଭଦ୍ରକ ଜିଲ୍ଲାରୁ ୨୯୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬୩ଜଣ, ବୌଦ୍ଧ ଜିଲ୍ଲାରୁ ୫୩ଜଣ, କଟକ ଜିଲ୍ଲାରୁ ୧,୦୨୧ଜଣ, ଦେବଗଡ଼ ଜିଲ୍ଲାରୁ ୬୬ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୧୦୨ଜଣ, ଗଜପତି ଜିଲ୍ଲାରୁ ୬୧୪ଜଣ, ଗଞ୍ଜାମ ଜିଲ୍ଲାରୁ ୪,୧୪୭ଜଣ, ଜଗତସିଂହପୁର ଜିଲ୍ଲାରୁ ୪୧୨ଜଣ, ଯାଜପୁର ଜିଲ୍ଲାରୁ ୯୧୩ଜଣ, ଝାରସୁଗୁଡ଼ାରୁ ୧୭୬ଜଣ, କଳାହାଣ୍ଡି ଜିଲ୍ଲାରୁ ୮୩ଜଣ, କନ୍ଧମାଳ ଜିଲ୍ଲାରୁ ୧୯୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯୯ଜଣ, କେନ୍ଦୁଝର ଜିଲ୍ଲାରୁ ୩୧୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧,୩୩୬ଜଣ, କୋରାପୁଟ ଜିଲ୍ଲାରୁ ୧୮୯ଜଣ, ମାଲକାନଗିରି ଜିଲ୍ଲାରୁ ୧୮୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୫୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୯ଜଣ, ନୟାଗଡ଼ ଜିଲ୍ଲାରୁ ୨୭୦ଜଣ, ନୂଆପଡ଼ା ଜିଲ୍ଲାରୁ ୯୧ଜଣ, ପୁରୀରୁ ୩୬୪ଜଣ, ରାୟଗଡ଼ାରୁ ୧୪୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୩ଜଣ,ସୁବର୍ଣ୍ଣପୁର ଜିଲ୍ଲାରୁ ୪୪ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର