ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ମୃତ୍ୟୁ ସ˚ଖ୍ୟା ୨ଶହ ଟପିଲା

ଜିଲ୍ଲାରେ କୋଭିଡ଼୍ ପରୀକ୍ଷା ୩ଲକ୍ଷ ପାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ସ˚କ୍ରମଣରେ ସୁଧାର ଆସିଥିଲେ ମୃତ୍ୟୁହାରକୁ ରୋକାଯାଇପାରୁନାହିଁ। ସ˚କ୍ରମଣ ହ୍ରାସ ସତ୍ତ୍ବେ ବି ଜିଲ୍ଲାରେ ପ୍ରତ୍ୟହ ଦୁଇଜଣରୁ ତିନିଜଣ ମୃତ୍ୟୁବରଣ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ଆଜି କୋଭିଡରେ ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାରେ ଆଜି ୭୬ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ସମୁଦାୟ ମୃତ୍ୟୁ ସ˚ଖ୍ୟା ୨୦୮ରେ ପହଞ୍ଚିଛି। କୋଭିଡ଼୍ ମୃତ୍ୟୁ ୨ଶହରେ ପହଞ୍ଚିଛି। ଅଣ କୋଭିଡ଼ରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାର ମୃତ୍ୟୁ ହାର ୧.୦୬ ପ୍ରତିଶତ ରହିଛି। ଜିଲ୍ଲାରେ କୋଭିଡ଼୍ ନମୁନା ପରୀକ୍ଷା ଜାରୀ ରହିଛି। ଗତକାଲିସୁଦ୍ଧା ଜିଲ୍ଲାରେ ୨ ଲକ୍ଷ ୯୬ହଜାର ୮୬୩ଜଣଙ୍କ କୋଭିଡ଼ ପରୀକ୍ଷା ହୋଇଛି। ଆଜି ଜିଲ୍ଲାରେ ୫ହଜାରରୁ ଅଧୃକ କୋଭିଡ଼୍ ପରୀକ୍ଷା ହୋଇଥିବା ବେଳେ ଜିଲ୍ଲାରେ କୋଭିଡ଼୍ ପରୀକ୍ଷା ୩ଲକ୍ଷ ପାର ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଜିଲ୍ଲାରୁ ଆଜି ୧୦୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ˚କ୍ରମିତଙ୍କ ମଧ୍ୟରେ ପଜିଟିଭ୍‌ ସ˚ସ୍ପର୍ଶରେ ଆସି ସ୍ଥାନୀୟ ଲୋକ ୯୧ ଜଣ, ରାଜ୍ୟ ବାହାର ଫେରନ୍ତା ସ˚କ୍ରମିତ ଜଣେ ଏବ˚ କୋଭିଡ଼ ଯୋଦ୍ଧା ୧୦ଜଣ ରହିଛନ୍ତି। ଜିଲ୍ଲାରେ ବ୍ରହ୍ମପୁର ସହରରୁ ସର୍ବାଧିକ ୧୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ ୭ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି। ଜିଲ୍ଲାର ୪ଟି ବ୍ଲକରେ ଗୋଟିଏ ବି ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। ବ୍ରହ୍ମପୁର ସହରକୁ ବାଦ୍‌ ଦେଲେ ଜିଲ୍ଲାର କୌଣସି ସ୍ଥାନରେ ଆଜି ପଜିଟିଭ ସ˚ଖ୍ୟା ଦୁଇ ଅଙ୍କ ଛୁଇଁନାହିଁ। ଜିଲ୍ଲାର ସମୁଦାୟ ସ˚କ୍ରମିତ ସ˚ଖ୍ୟା ୧୮ହଜାର ୫୪୪ରେ ପହଞ୍ଚିଛି। ଜିଲ୍ଲାର ସମୁଦାୟ ୧୭ହଜାର ୫୨୨ଜଣ ସ˚କ୍ରମିତ ସୁସ୍ଥ ହୋଇଥିବା ବେଳେ ଜିଲ୍ଲା ସୁସ୍ଥ ହାର ବୃଦ୍ଧି ପାଇ ୯୩.୭ପ୍ରତିଶତ ରହିଛି। ଜିଲ୍ଲାରେ ଏବେ ୮୧୪ଜଣ ସ˚କ୍ରମିତ ରହିଛନ୍ତି।

ସମ୍ବନ୍ଧିତ ଖବର