ରାଜ୍ୟରେ କରୋନା ମୃତ୍ୟୁ ୬୦୦ ଟପିଲା

ଦିନକରେ ୩୯୯୬ ପଜିଟିଭ୍, ୧୪ ମୃତ, ୨୯ ଜିଲ୍ଲାରେ ହଜାରେରୁ ଅଧିକ ରୋଗୀ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ଶହ ଟପିଛି। ଆଜି ୧୪ ଜଣଙ୍କ କରୋନା ମୃତ୍ୟୁ ସଂପର୍କରେ ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୦୫ରେ ପହଞ୍ଚିଛି। ଗତ ୧୧ ଦିନରେ ରାଜ୍ୟରେ ୧୧୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଅଗଷ୍ଟ ହେଉ ବା ସେପ୍ଟେମ୍ବର, ପ୍ରତ୍ୟେକ ଦିନ କରୋନା ମୃତ୍ୟୁ ଜାରି ରହିଛି। ଆଜି ୧୪ ମୃତକଙ୍କ ମଧ୍ୟରେ ୯ଜଣ ପୁରୁଷ ଓ ୫ଜଣ ମହିଳା ରହିଛନ୍ତି। ଏଥିରେ ସର୍ବାଧିକ ୫ଜଣ ଖୋର୍ଧାରୁ ରହିଥିବା ବେଳେ ୩ଜଣ ପୁରୀ, ମୟୂରଭଞ୍ଜ ୨, କଟକ, କୋରାପୁଟ, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟର ସର୍ବାଧିକ କରୋନା ମୃତ୍ୟୁ ଗଞ୍ଜାମରେ ହୋଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୧୪ଜଣ ପ୍ରାଣ ହରାଇ ସାରିଲେଣି। ଏହାବାଦ୍ ଖୋର୍ଧାରେ ୮୭, କଟକ ୪୨, ସୁନ୍ଦରଗଡ଼ ୩୮, ରାୟଗଡ଼ା ୩୨, ପୁରୀ ୨୫, ଗଜପତି ୧୮, ସମ୍ବଲପୁର ୧୬, ନୟାଗଡ଼ ୧୫, ବାଲେଶ୍ବର ଓ କନ୍ଧମାଳରୁ ୧୪ଜଣ ଲେଖାଏଁ ଓ ଭଦ୍ରକରୁ ୧୦ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ୯ ତାରିଖ‌ରେ ଚିହ୍ନଟ ରୋଗୀଙ୍କ ସଂଖ୍ୟାଠାରୁ ୫ ଅଧିକ। ଆକ୍ରାନ୍ତଙ୍କ ମଧ୍ୟରେ ୨୩୫୯ ସଙ୍ଗରୋଧରୁ ଓ ୧୬୩୭ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୬୦୬ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୩୫୪, ପୁରୀ ୨୭୯, ବାଲେଶ୍ବର ୨୦୯, ମୟୂରଭଞ୍ଜ ୧୬୦, ନବରଙ୍ଗପୁର ୧୫୧, ଅନୁଗୁଳ ୧୩୮, କେନ୍ଦ୍ରାପଡ଼ା ୧୩୦, ବଲାଙ୍ଗୀର ୧୨୪, ଜଗତ୍‌ସିଂହପୁର ୧୨୨, ଯାଜପୁର ୧୧୯, ଭଦ୍ରକ ୧୧୨, ରାୟଗଡ଼ା ୧୦୫, ନୂଆପଡ଼ା ୧୦୩, ବରଗଡ଼ ୯୭, କୋରାପୁଟ ୯୩, ସୋନପୁର ଓ ସମ୍ବଲପୁରରୁ ୯୧ଜଣ ଲେଖାଏଁ, ଗଞ୍ଜାମ ୮୯, ସୁନ୍ଦରଗଡ଼ ୮୮, ଢେଙ୍କାନାଳ ୮୭, ଝାରସୁଗୁଡ଼ା ୭୯, ନୟାଗଡ଼ ୭୭, କେନ୍ଦୁଝର ୬୦, କଳାହାଣ୍ଡି ୫୮, କନ୍ଧମାଳ ଓ ମାଲକାନଗିରିରୁ ୪୭ ଲେଖାଏଁ, ବୌଦ୍ଧ ୩୯, ଗଜପତି ୨୫, ଦେବଗଡ଼ ୧୦ ଓ ଷ୍ଟେଟ୍‌ ପୁଲ ୨୦୬ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୪୩ହଜାର ୧୧୭ରେ ପହଞ୍ଚିଛି। ଖୋର୍ଧାରେ ସର୍ବାଧିକ ୨୪,୬୨୫ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଗଞ୍ଜାମରେ ୧୯,୦୬୭, କଟକ ୧୨,୨୬୫, ରାୟଗଡ଼ା ୫୯୧୩, ପୁରୀ ୫୮୩୮, ଯାଜପୁର ୫୪୭୩, ମୟୂରଭଞ୍ଜ ୫୪୧୩, ସୁନ୍ଦରଗଡ଼ ୫୩୫୦ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ରାଜ୍ୟର ୨୯ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି। କେବଳ ଦେବଗଡ଼ ଜିଲ୍ଲାରେ ୩୪୪ ରୋଗୀ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷେ ଆଜି ଦିନକରେ ରାଜ୍ୟରେ ୪୦୬୧ ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୪୨୫, ସୁନ୍ଦରଗଡ଼ ୨୬୭, ବରଗଡ଼ ୨୪୪, ମୟୂରଭଞ୍ଜ ୨୪୦, ବ‌ାଲେଶ୍ବର ୧୮୭, ଯାଜପୁର ୧୮୫, କେନ୍ଦ୍ରାପଡ଼ା ୧୭୯, ଅନୁଗୁଳ ୧୬୭, ଗଞ୍ଜାମ ୧୫୭, ପୁରୀ ୧୩୨, ଭଦ୍ରକ ଓ ଜଗତସିଂହପୁରରୁ ୧୩୦ ଲେଖାଏଁ, କେନ୍ଦୁଝର ୭୮, ସମ୍ବଲପୁର ୭୭, କୋରାପୁଟ ଓ ନୂଆପଡ଼ାରୁ ୭୪ ଲେଖାଏଁ, ନବରଙ୍ଗପୁର ୫୯, ଢେଙ୍କାନାଳ ୫୦, ନୟାଗଡ଼ ୪୮, ରାୟଗଡ଼ା ୪୫, କଳାହାଣ୍ଡି ୩୭, ବଲାଙ୍ଗୀର ଓ ସୋନପୁରରୁ ୩୩ ଲେଖାଏଁ, କନ୍ଧମାଳ ୩୨, ବୌଦ୍ଧ ୩୧, ଦେବଗଡ଼ ୨୬, ମାଲକାନାଗିରି ୨୪, ଗଜପତି ୨୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୧୨ହଜାର ୬୨ରେ ପହଞ୍ଚିଛି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦,୩୯୭ରେ ପହଞ୍ଚିଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୭.୮ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର