ଜୁଲାଇରେ ଗଞ୍ଜାମ ବେକାବୁ : ଗଲାଣି ୩୦ ଜୀବନ, ୨୭୭୭ ସଂକ୍ରମିତ

ଦିନକରେ ରେକର୍ଡ ସଂଖ୍ୟକ ୨୪୮ ଜଣ ସୁସ୍ଥ ହେଲେ

ବ୍ରହ୍ମପୁର : ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବେକାବୁ ହୋଇ ଚାଲିଛି। ଏହି ୧୩ ଦିନରେ କରୋନା ଜନିତ ମୃତ୍ୟୁ ୩୦ରେ ପହଞ୍ଚିଥିଲା ବେଳେ ୨୭୭୭ ଜଣ ଆକ୍ରାନ୍ତ ହେଲେଣି। ସ˚କ୍ରମଣକୁ ନେଇ ସମଗ୍ର ଗଞ୍ଜାମ ଜିଲ୍ଲା ଭୟରେ ଥରହର। ଦିନକୁ ଦିନ ସ˚କ୍ରମଣ ଓ ମୃତ୍ୟୁ ବଢ଼ି ଚାଲିଛି। ଜିଲ୍ଲାରେ ଆଜି ପୁଣି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୩ ଜଣ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଦ୍‌ବେଗର ବିଷୟ ହେଲା, ଜିଲ୍ଲାରୁ ଆଜି ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରୁ ୨୩୨ ଜଣ ସାଧାରଣ ଲୋକ ପଜିଟିଭ୍‌ଙ୍କ ସ˚ସ୍ପର୍ଶରେ ଆସି ସ˚କ୍ରମିତ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ୍‌ ସ˚ଖ୍ୟା ୪ହଜାର ପାର ହୋଇ ୪୧୪୭ରେ ପହଞ୍ଚଛି। ଅନ୍ୟପକ୍ଷରେ ଆଜି ରେକର୍ଡ଼ ସଂଖ୍ୟକ ୨୪୮ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସ˚ଖ୍ୟା ୨୪୩୩ରେ ପହଞ୍ଚିଛି। ଜିଲ୍ଲାରେ ଏବେ ୧୬୬୯ଜଣ ସ˚କ୍ରମିତ ରହିଛନ୍ତି। ଅନ୍ୟପକ୍ଷରେ କରୋନା ମୁକାବିଲାରେ ନିୟୋଜିତ କୋଭିଡ଼୍‌ ଯୋଦ୍ଧା ମାନେ ବି ବାଦ୍‌ ପଡ଼ିନାହାନ୍ତି। ଜିଲ୍ଲାରେ ଇତିମଧ୍ୟରେ ୭ ଜଣ କୋଭିଡ଼୍‌ ଯୋଦ୍ଧାଙ୍କ ମୃତ୍ୟୁ ଘଟିଲାଣି। ସମୁଦାୟ ୬୮୭ଜଣ କୋଭିଡ଼୍‌ ଯୋଦ୍ଧା ସ˚କ୍ରମିତ ହେଲେଣି।

Catch News

ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ୪୫ବର୍ଷୀୟ ପୁରୁଷ, ମଧୁମେହରେ ପୀଡ଼ିତ ୪୯ ବର୍ଷୀୟ ପୁରୁଷ, ୬୩ବର୍ଷୀୟ ବୃଦ୍ଧ ଏବ˚ ମଧୁମେହ, ହୃଦରୋଗ ଓ କଡ଼ନୀଜନିତ ରୋଗରେ ପୀଡ଼ିତ ୭୨ବର୍ଷୀୟ ବୃଦ୍ଧଙ୍କ ଆଜି କରୋନାରେ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜଣେ କର୍କଟ ପୀଡ଼ିତ ୧୭ବର୍ଷୀୟ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଏହାକୁ ଅଣ କୋଭିଡ଼୍‌ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି। ଜିଲ୍ଳାରେ ସମୁଦାୟ ମୃତ୍ୟୁ ସ˚ଖ୍ୟା ୪୫ରେ ପହଞ୍ଚିଛି। ଏଥି ମଧ୍ୟରେ ୪୩ଜଣ କୋଭିଡ଼୍‌ଜନିତ ଓ ୨ଜଣଙ୍କ ଅଣକୋଭିଡ଼୍‌ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

ଜିଲ୍ଲାରୁ ଆଜି ଚିହ୍ନଟ ସ˚କ୍ରମିତଙ୍କ ମଧ୍ୟରେ ୪୨ଜଣ କୋଭିଡ଼୍‌ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୯ଜଣ ଓ ପଜିଟିଭ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତ ୨୩୨ଜଣ ରହିଛନ୍ତି। ସ˚କ୍ରମିତ କୋଭିଡ଼୍‌ ଯୋଦ୍ଧାଙ୍କ ମଧ୍ୟରେ ଆସିକାର ୯ଜଣ, ବ୍ରହ୍ମପୁର ମହାନଗର ଅଞ୍ଚଳର ୮ ଜଣ, ବେଲଗୁଣ୍ଠା ଅଞ୍ଚଳର ୪ଜଣ, ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ତି ଏବ˚ ଗଞ୍ଜାମ ଅ˚ଚଳର ୩ଜଣ ଲେଖାଏଁ, ବେଗୁନିଆପଡ଼ା, ଛତ୍ରପୁର, ଖଲ୍ଲିକୋଟ ଓ ପୋଲସରା ଅଞ୍ଚଳର ୨ଜଣ ଲେଖାଏଁ, ଚିକିଟି, ରଙ୍ଗେଇଲୁଣ୍ତା ଓ ସୋରଡ଼ା ଅ˚ଚଳର ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟ ବାହାର ଫେରନ୍ତା ସ˚କ୍ରମିତଙ୍କ ମଧ୍ୟରେ ଦିଗପହଣ୍ତିର ଜଣେ, ବେଲଗୁଣ୍ଠାର ୨ଜଣ ଏବ˚ ବେଗୁନିଆପଡ଼ା ଓ ପୁରୁଷୋତ୍ତମପୁର ଅଞ୍ଚଳର ୩ ଜଣ ଲେଖାଏଁ ରହିଛନ୍ତି।

ପଜିଟିଭ୍‌ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତ(ସାଧାରଣ)ଙ୍କ ମଧ୍ୟରେ ଆସିକା ଅଞ୍ଚଳର ୪୮ଜଣ, ବ୍ରହ୍ମପୁର ମହାନଗର ଅଞ୍ଚଳର ୩୩ଜଣ, ହିଞ୍ଜଳିକାଟୁ ଅଞ୍ଚଳର ୩୧ଜଣ, ବେଲଗୁଣ୍ଠା ଅଞ୍ଚଳର ୧୯ଜଣ, ବେଗୁନିଆପଡ଼ା ଓ ଦିଗପହଣ୍ତି ଅଞ୍ଚଳର ୧୪ଜଣ ଲେଖାଏଁ, ଶେରଗଡ଼ର ୧୨ଜଣ, ଭଞ୍ଜନଗର ଓ ପୋଲସରା ଅଞ୍ଚଳର ୪ଜଣ ଲେଖାଏଁ, ବୁଗୁଡ଼ା ଓ ପୁରୁଷୋତତ୍ତମପୁର ଅଞ୍ଚଳର ୮ଜଣ ଲେଖାଏଁ, ଛତ୍ରପୁର, ପାତ୍ରପୁର ଓ କବିସୂର୍ଯ୍ୟନଗର ଅଞ୍ଚଳର ୨ଜଣ ଲେଖାଏଁ, ଚିକିଟି, ସୋରଡ଼ା ଓ କୁକୁଡ଼ାଖଣ୍ତି ଅଞ୍ଚଳର ୩ଜଣ ଲେଖାଏଁ, ଧରାକୋଟ ଅଞ୍ଚଳର ୯ଜଣ, ଗଞ୍ଜାମ, ଜଗନ୍ନାଥ ପ୍ରସାଦ ଓ ରଙ୍ଗେଇଲୁଣ୍ତା ଅଞ୍ଚଳର ଜଣେ ଲେଖାଏଁ ସ˚କ୍ରମିତ ରହିଛନ୍ତି।

ସମ୍ବନ୍ଧିତ ଖବର