ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ୫୦୦ ଟପିଲା

ଦିନକରେ ୩୦୨୫ ପଜିଟିଭ୍, ୩୪୮୪ ସୁସ୍ଥ
ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୦ ହଜାର ଟପିଲା
ସଂକ୍ରମଣ‌ରେ ଗଞ୍ଜାମ ନିକଟତର ଖୋର୍ଧା

ଭୁବନେଶ୍ୱର : ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ଶହ ଟପିଛି। ଆଜି ସରକାରୀ ଭାବେ ଆଉ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା ପରେ ରାଜ୍ୟରେ ଏହି ସଂଖ୍ୟା ୫୦୩ରେ ପହଞ୍ଚିଛି। ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଏପ୍ରିଲ ୭ତାରିଖରେ ଘୋଷଣା ହୋଇଥିଲା। ଝାରପଡ଼ା ଅଞ୍ଚଳର ୭୨ବର୍ଷର ଜଣେ ବ୍ୟକ୍ତି ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେହି ମାସ ୬ତାରିଖରେ ପ୍ରାଣ ହରାଇଥିଲେ।

ଆଜି ଘୋଷଣା ହୋଇଥିବା ୧୧ ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ, ଖୋର୍ଧା, ପୁରୀରୁ ୨ଜଣ ଲେଖାଏଁ ରହିଛନ୍ତି। ଏହାବାଦ୍ କଟକ, ଜଗତସିଂହପୁର, ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ଗଞ୍ଜାମରେ ସର୍ବାଧିକ ୧୯୧ଜଣ କରୋନାର ଶିକାର ହୋଇଛନ୍ତି। ଏହାବାଦ୍ ଖୋର୍ଧା ୬୭, ସୁନ୍ଦରଗଡ଼ ୩୬, କଟକ ୩୨, ଗଜପତି ୧୮, ପୁରୀ ୧୫, ସମ୍ବଲପୁର ୧୪, ନୟାଗଡ଼ ୧୩, ବାଲେଶ୍ବର ଓ କନ୍ଧମାଳରେ ୧୧ଜଣ ଲେଖାଏଁ ପ୍ରାଣ ହରାଇ ସାରିଲେଣି। ରାଜ୍ୟର ୨୭ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮୪୪ ସଙ୍ଗରୋଧରୁ ଓ ସଙ୍ଗରୋଧ ବାଦ୍ ୧୧୮୧ଜଣ ରହିଛନ୍ତି।

ଖୋର୍ଧା ଜିଲ୍ଲା ଲଗାତାର ଭାବେ ସଂକ୍ରମଣରେ ଆଗରେ ରହିଛି। ଜିଲ୍ଲାରୁ ପୁଣି ୬୬୬ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କଟକ ୩୧୨, ମୟୂରଭଞ୍ଜ ୨୧୫, ଗଞ୍ଜାମ ୨୦୭,କୋରାପୁଟ ୧୩୯, ପୁରୀ ୧୩୬, ଢେଙ୍କାନାଳ ୧୩୨, କେନ୍ଦ୍ରାପଡ଼ା ୧୨୮, ଭଦ୍ରକ ୯୪, ଯାଜପୁର ୮୫, ସମ୍ବଲପୁର ୮୩, କଳହାଣ୍ଡି ୮୨, ନୂଆପଡ଼ା ୭୯, ଜଗତସିଂହପୁର ୭୮, ନୟାଗଡ଼ ୬୭, ବରଗଡ଼ ୬୧, ଝାରସୁଗୁଡ଼ା ୫୯, ଅନୁଗୁଳ ୫୮, ସୁନ୍ଦରଗଡ଼ ୫୬, କେନ୍ଦୁଝର ୫୦, ନବରଙ୍ଗପୁର ୪୬, ବାଲେଶ୍ବର ୪୦, ମାଲକାନଗିରି ୩୨, ଗଜପତି ୨୯, କନ୍ଧମାଳ ଓ ସୋନପୁର ୨୨ଜଣ ଲେଖାଏଁ , ରାୟଗଡ଼ା ୧୩, ବୌଦ୍ଧ ୯ ଓ ଦେବଗଡ଼ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଓ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ପ୍ରାୟତଃ ସମାନ ରହିଛି। ଗଞ୍ଜାମରେ ୧୮୦୬୯ଜଣ ଓ ଖୋର୍ଧାରେ ୧୭୪୨୮ଜଣ ସଂକ୍ରମିତ ହୋଇଛନ୍ତି। ଏହାବାଦ୍ କଟକ ୮୫୯୪, ରାୟଗଡ଼ା ୪୮୩୬, ସୁନ୍ଦରଗଡ଼ ୪୪୭୫, ଯାଜପୁର ୩୮୭୮, ବାଲେଶ୍ବର ୩୭୪୦, ମୟୂରଭଞ୍ଜ ୩୬୫୭, ପୁରୀ ୩୬୩୬, କୋରାପୁଟ ୩୬୨୫, ନୟାଗଡ଼ ୩୦୫୩ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଦେବଗଡ଼ରେ ସର୍ବନିମ୍ନ ୨୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୫୬୧ରେ ପହଞ୍ଚିଯାଇଛି।

ଆଜି ରାଜ୍ୟରେ ୩୪୮୪ କୋରାନା ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୮୯୦ଜଣ ସୁସ୍ଥ ହୋଇଛନ୍ତି। ଯାଜପୁର ୩୧୪, ରାୟଗଡ଼ା ୩୦୨, ଗଞ୍ଜାମ ୨୫୩, କେନ୍ଦ୍ରାପଡ଼ା ୧୬୨, କଟକ ୧୪୩, ମୟୂରଭଞ୍ଜ ୧୩୧, କୋରାପୁଟ ୧୩୦, ନୟାଗଡ଼ ୧୨୬, ବାଲେଶ୍ବର ୧୦୫, ମାଲକାନଗିରି ୮୭, ସୁନ୍ଦରଗଡ଼ ୮୬, ସମ୍ବଲପୁର ୮୪, ପୁରୀ ୮୨, ଭଦ୍ରକ ୬୩, ଜଗତସିଂହପୁର ୬୨, ଝାରସୁଗୁଡ଼ା ୫୯, ବରଗଡ଼ ୫୭, ବଲାଙ୍ଗୀର ୫୪, କନ୍ଧମାଳ ୫୨, ଅନୁଗୁଳ ୫୧, କେନ୍ଦୁଝର ୪୬, ସୋନପୁର ୩୫, ନବରଙ୍ଗପୁର ୨୫, ଢେଙ୍କାନାଳ ଓ ଗଜପତି ୨୩ ଲେଖାଏଁ, କଳାହାଣ୍ଡି ୧୬, ବୌଦ୍ଧ ୧୨, ଦେବଗଡ଼ ୭ ଓ ନୂଆପଡ଼ରୁ ୪ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୦,୭୭୦ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫,୨୩୫ ରହିଛି। ତେବେ ଖୋର୍ଧାରେ ଆଜି ରେକର୍ଡ ସଂଖ୍ୟା ୮୯୦ ରୋଗୀ ସୁସ୍ଥ ହୋଇଥିଲେ ହେଁ, ଜିଲ୍ଲାରେ ଏବେ ବି ସର୍ବାଧିକ ସକ୍ରିୟ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର